ପୁଲିସ କବଜାରେ ୬ ଡକାୟତ

ପୁଲିସ କବଜାରେ ୬ ଡକାୟତ

ଅନୁଗୁଳ -(AO)- ଅନଗୁଳ ଜିଲ୍ଲା ତାଳଚେର ଥାନା ପୁଲିସ ହାବୁଡରେ ୬ ଡକାୟତ ଧରା ପଡିଛନ୍ତି । ତାଳଚେର , କଣ୍ଢାଳ ଛକ ତାରିଣୀ ମନ୍ଦିର ପଛ ପାଖରେ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଧରି ଡକାୟତି ଉଦ୍ୟମ କରୁଥବା ପେଟ୍ରୋଲିଂ କରୁଥିବା ପୁଲିସ ସେମାନଙ୍କୁ ଧରିବାରେ ସଫଳ ହେବା ସହ ସେମାନଙ୍କ ପାଖରୁ ବହୁ ମାରଣାସ୍ତ୍ର ଜବତ କରିଛି । ସୂଚନା ଅନୁସାରେ , ଗତ କାଲି(ମଙ୍ଗଳବାର) ରାତିରେ କିଛି ଦୁର୍ବୃତ୍ତ କଣ୍ଢାଳ ଛକ ତାରିଣୀ ମନ୍ଦିର ପଛ ପାଖରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ପୁଲିସ୍‌ ସୂଚନା ପାଇଥିଲା । ପୁଲିସ ତୁରନ୍ତ ସେହି ସ୍ଥାନା ଉପରେ ଚଢ଼ାଉ କରିବା ସମୟରେ ଉକ୍ତ ଡକାୟତ ମାନେ ସେଠାରୁ ଖସି ଯିବାକୁ ଚେଷ୍ଟା କରିଥିଲେ । ତେବେ ପୁଲିସ୍‌ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ୬ ଜଣ ଡକାୟତଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଥିଲା । ସେମାନଙ୍କ ନିକଟରୁ ୪ଟି ଖଣ୍ଡା ଗୋଟିଏ ବର୍ଚ୍ଛା ସହିତ ଅନ୍ୟାନ୍ୟ  ଡକାୟତରେ ବ୍ଯବହ୍ରୁତ ସାମଗ୍ରୀ ଜବତ କରିଥିଲା । ଗିରଫ ହୋଇଥିବା ୬ ଜଣ ଡକାୟତ ହେଲେ ତାଳଚେର ଥାନା ଅଞ୍ଚଳର ସନାତନ ନାହାକ ଓରଫ ସନା , ବିବେକାନନ୍ଦ ନାହାକ ଓରଫ ନାଳୁ , ସରୋଜ ବେହେରା ଓରଫ ଚିଣ୍ଟୁ , ଆଶାଦୀପ ଓରଫ ପପୁନ ଓରଫ ନହିଆ , ମିଥୁନ୍ ପରିଡ଼ା ଓ  ଆଲୋକ ଭୂତିଆ ବୋଲି ସୂଚନା ମିଳିଛି ସେମାନଙ୍କୁ ପଚରାଉଚାରା କରିବା ପରେ କୋର୍ଟ ଚାଲଣ କରା ଯାଇଛି

What’s your Reaction?
+1
4
+1
4
+1
0
+1
0
+1
15
+1
1
+1
3

Leave a Reply