କାରରେ ଗଞ୍ଜେଇ ଚାଲାଣ ବେଳେ କାବୁ କଲା ପୁଲିସ – ଜଣେ ଗିରଫ

କାରରେ ଗଞ୍ଜେଇ ଚାଲାଣ ବେଳେ କାବୁ କଲା ପୁଲିସ – ଜଣେ ଗିରଫ

ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଦେବଗଡ ଛକ ନିକଟରୁ ଏକ ଗଞ୍ଜେଇ ଭର୍ତ୍ତି କାରକୁ ପୁଲିସ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ସୂଚନା ଅନୁସାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଛେଣ୍ଡିପଦା ପୁଲିସ ଆଜି(ସୋମବାର) ସକାଳେ ଦେବଗଡ ଛକ ନିକଟରେ ଜଗି ରହିଥିଲା । ସେହି ସମୟରେ ଅନୁଗୁଳରୁ ଦେବଗଡ ଯାଉଥିବା ଏକ ମାରୁତି କାର(ଓଡି୦୨ବିଡି୪୨୫୮)କୁ ଅଟକାଇ ପୁଲିସ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ କାର ଗଞ୍ଜେଇ ଥିବା ଜଣା ପଡିଥିଲା । ଜବତ ଗଞ୍ଜେଇକୁ ପୁଲିସ ମାଜିଷ୍ଟ୍ରେଟ ଉପସ୍ଥିତିରେ ଓଜନ କରିବା ପରେ କାରରେ ୭୦ କିଗ୍ରା ୩୦୦ଗ୍ରାମ ଗଞ୍ଜେଇ ଥିବା ଜଣା ପଡିଥିଲା ।ଗଞ୍ଜେଇ ଚାଲାଣ କରି ନେଉଥିବା ଗାଡିର ଚାଳକକୁ ପୁଲିସ ଗିରଫ କରିଥିଲା ଗିରଫ ଯୁବକ ଜଣକ ହେଲେ ନାକିଟିଦେଉଳ ଥାନା ବାଟଗାଁର ଗୋବିନ୍ଦ ଚନ୍ଦ୍ର ନାଏକ ବୋଲି ସୂଚନା ମିଳିଛି । ପୁଲିସ ଗଞ୍ଜେଇକୁ ଜବତ କରି ଏନଡିପିଏସ ଆକ୍ଟରେ ଏକ ମାମଲା ରୁଜୁ କରିବା ସହିତ ଗାଡିର ଚାଳକ ଗୋବିନ୍ଦ ଚନ୍ଦ୍ର ନାଏକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗୋବିନ୍ଦ ଚନ୍ଦ୍ରଙ୍କ ନାମରେ ପୂର୍ବରୁ ଗଞ୍ଜେଇ ଚୋରା ଚାଲାଣ ନେଇ କୁଣ୍ଢେଇଗୋଳା ,ନାକିଟଦେଉଳ ସମେତ ବିଭିନ୍ନ ଥାନାରେ ମାମଲା ରହିଥିବା ଛେଣ୍ଡିପଦା ଥାନା ଅଧିକାରୀ ଧିରେନ କୁମାର ବେହେରା କହିଛନ୍ତି ।

What’s your Reaction?
+1
2
+1
1
+1
1
+1
0
+1
24
+1
2
+1
4

Leave a Reply