ମରୁଡି ଦାବିରେ କଂଗ୍ରେସର ବିକ୍ଷୋଭ

ମରୁଡି ଦାବିରେ କଂଗ୍ରେସର ବିକ୍ଷୋଭ

ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ କଂଗ୍ରେସ ପକ୍ଷରୁ ଶୁକ୍ରବାର ଛେଣ୍ଡିପଦା ବ୍ଲକକୁ ସମ୍ପୁର୍ଣ୍ଣ ମରୁଡି ଘୋଷଣା ଦାବିରେ ତହସିଲ ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଛେଣ୍ଡିପଦା ବ୍ଲକ କଂଗ୍ରେସ ସଭାପତି କୁତାର୍ଥ ଦେହୁରୀଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ପ୍ରଦେଶ କଂଗ୍ରେସର ମୂଖପାତ୍ର ତଥା ପୂର୍ବତନ ମହିଳା କଂଗ୍ରେସ ସଭାପତି ସସ୍ମୀତା ବେହେରା , ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନା , ଜିଲ୍ଲା କୃଷକ ସେଲ ସଭାପତି ଦାସରଥି ସାହୁ , ଜିଲ୍ଲା କଂଗ୍ରେସର ଉପସଭାପତି ବିରଞ୍ଚି ଧର , ଜିଲ୍ଲା କିଶାନ ସେଲର ଉପସଭାପତି ଅଶୋକ ରଞ୍ଜନ ପ୍ରଧାନ , ବ୍ଳକ କିଶାନ ସେଲ ସଭାପତି ଜିତେନ ସାହୁ , ବ୍ଲକ ମହିଳା କଂଗ୍ରେସ ସଭାପତି ସୁଭାଗିନୀ ଗଡନାୟକ , ପୂର୍ବତନ ଛେଣ୍ଡିପଦା ବ୍ଲକ ଅଧ୍ୟକ୍ଷ ଶାନ୍ତିଲତା ନାଏକ , ବ୍ଲକ କଂଗ୍ରେସ ଉପସଭାପତି ପପୁ ନାୟକ ପ୍ରମୂଖ ଯୋଗ ଦେଇ ଦେବଗଡ ଛକ ଠାରୁ ଏକ ରାଲିରେ ବାହାରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଚାଷୀ ମାରଣ ନୀତିକୁ ବିରୋଧ କରି ବିଭିନ୍ନ ସ୍ଲୋଗାନ ଦେବା ସହିତ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଛେଣ୍ଡିପଦା ବ୍ଲକର ପ୍ରଜା ସମୁହ ଚାଷ କାର୍ଯ୍ୟ ଆଦି କରି ଚଳି ଆସୁଥିବା ବେଳେ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଓ ଜଳସେଚନର ଅସୁବିଧା ହେତୁ ଧାନ ଓ ଅନ୍ୟାନ୍ୟ ଫସଲ ହାନୀ ଘଟି ବିକଟାଳ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । କରୋନା ରୋଗ ଓ ଦରବୃଦ୍ଧି ଯୋଗୁଁ ହତୋତ୍ସାହିତ ଚାଷୀ କୂଳ ଆସନ୍ନ ମରୁଡିର କରାଳ ରୁପକୁ ନେଇ ଘୋର ଚିନ୍ତିତ । ଛେଣ୍ଡିପଦା ବ୍ଲକ ସମେତ ଅନୁଗୁଳ ଜିଲାର ମରୁଡି ପରିସ୍ଥିତିକୁ ଅନୁଧ୍ୟାନ ଓ ହୃଦୟଙ୍ଗମ କରି ଆସୁ ପଦକ୍ଷେପ ସ୍ୱରୁପ ପ୍ରଶାସନିକ ବିକଳ୍ପ ବ୍ୟବସ୍ଥା ନିମନ୍ତେ ଆମ୍ଭର ନାର୍ଯ୍ୟ ଦାବିକୁ ତୁରନ୍ତ ପୁରଣ କରାଯାଉ । ଏନେଇ ଛେଣ୍ଡିପଦା ବ୍ଳକ କଂଗ୍ରେସ ପକ୍ଷରୁ ଅନୁଗୁଳ ଜିଲ୍ଲା ସମେତ ସମସ୍ତ ବ୍ଲକୁ ସମ୍ପୁର୍ଣ ମରୁଡି ଅଞ୍ଚଳ ଘୋଷଣା କରାଯାଉ । ଦରବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଚାଷୀଙ୍କୁ ମାସିକ ଅନ୍ୟୁନ୍ୟ ୬ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଉ । ଚାଷ ଜମି ପରିମାଣ ଅନୁଯାୟୀ ପ୍ରତ୍ୟେକ ଚାଷୀଙ୍କୁ କ୍ଷତିପୁରଣ ବ୍ୟବସ୍ଥା କରାଯାଉ । ଛେଣ୍ଡିପଦା ବ୍ଲକ ଅଞ୍ଚଳରେ କୃଷିର ଉନ୍ନତି ଓ ମରୁଡିର ସ୍ଥାୟୀ ପ୍ରତିକାର ନିମନ୍ତେ ଜଳସେଚନର ସୁବିଧା ସହିତ ଆଉଁଳୀ , କୁମ୍ଭୀରା , କାଂଶବାଂଶ ପ୍ରଭୁତି କ୍ଷୁଦ୍ର ଜଳସେଚନ ଯୋଜନା ଓ ଉଠା ଜଳସେଚନ ପ୍ରକଳ୍ପ ଗୁଡିକୁ ପୁନଃରୁଦ୍ଧାର ଓ ସମ୍ପ୍ରସାରଣ କରାଯାଉ , କ଼ୃଷି ଉତ୍ପାଦର ଶଶ୍ୟ ସଂରକ୍ଷଣ ନିମନ୍ତେ ପ୍ରତି ବ୍ଳକରେ ଶିତଳ ଭଣ୍ଡାର ନିର୍ମିତ ହେଉ । କାଳିଆ ଯୋଜନା ତୁରନ୍ତ ବନ୍ଦ କରି ତା ପ୍ରତିବଦଳରେ କୃଷକ ମାନଙ୍କୁ ମାଗଣାରେ କୃଷି ଯନ୍ତ୍ରପାତି,ସାର ବିହନ ଓ କୀଟନାଶକ ଔଷଧ ଯୋଗାଇ ଦିଆଯାଉ । କୃଷକ ମାନଙ୍କର ଆଥିକ ଉନ୍ନତି ନିମନ୍ତେ ଧାନ ଓ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟର ସହାୟକ ମୂଲ୍ୟ ବୃଦ୍ଧି କରାଯାଉ । କୃଷକ ମାନଙ୍କର ସମସ୍ତ ପ୍ରକାର କୃଷି ଋଣକୁ ଛାଡ କରାଯାଉ । କୃଷକ ମାନଙ୍କୁ ମାଗଣାରେ କୃଷି ବୀମା ବାଧ୍ୟତା ମୁଳକ କରି ତାହାର ସୁବିଧା ଦିଆଯିବାର ବ୍ୟବସ୍ଥା କରାଯାଉ । ଚାଷୀ ମାନଙ୍କର ପୁଅ ଝିଅଙ୍କର ସ୍କୁଲ , କଲେଜ , ଟିଉସନ ଫିସ ଓ ନୂତନ ନାମଲେଖା ଫିସକୁ ଚଳିତ ବର୍ଷ ଛାଡ କରାଯାଉ ଆଦି ଦଫା ଦାବି ସମ୍ବଳିତ ଦାବିପତ୍ର ଛେଣ୍ଡିପଦା ତହସିଲଦାର ଡାନିଏଲ ଏକ୍କାଙ୍କୁ ପ୍ରଦାନ କରାଯାଇଛି । ସରକାର ଓ ପ୍ରଶାସନ ଚାଷୀ ମାନଙ୍କର ସୁବିଚାର କରି ତୁରନ୍ତ ଛେଣ୍ଡିପଦା ବ୍ଲକକୁ ମରୁଡି ଘୋଷଣା କରାଯାଉ ନଚେତ ଆଗାମୀ ଦିନରେ ଚାଷୀ ଆନ୍ଦୋଳନ ପାଇଁ ସରକାର ସମ୍ପୁର୍ଣ୍ଣ ଦାୟୀ ରହିବେ ବୋଲି ରାଜ୍ୟ ପ୍ରଦେଶ କଂଗ୍ରେସର ମୁଖପାତ୍ର ତଥା ପୂର୍ବତନ ମହିଳା କଂଗ୍ରେସ ସଭାପତି ସସ୍ମୀତା ବେହେରା ଦାବି କରିଛନ୍ତି । ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ଜିଲା କଂଗ୍ରେସର ଉପଦେଷ୍ଟା ଉଦୟନାଥ ବେହେରା , ଛାତ୍ରନେତା କୈଳାଶ ପ୍ରଧାନ , ସୁରେଶ ପ୍ରଧାନ , ତପସ୍ୱିନୀ ମାଝି , ବିଶ୍ୱଜିତ ପ୍ରଧାନଙ୍କ ସମେତ ଛେଣ୍ଡିପଦା ବ୍ଲକର ବହୁ ଚାଷୀ ଓ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।

What’s your Reaction?
+1
0
+1
0
+1
0
+1
0
+1
6
+1
4
+1
0

Leave a Reply