ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର

ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର

ପାଲଲହଡା – ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ଖମାର ରେଞ୍ଜ ବାଲିପଶି ଗାଁ ନିକଟସ୍ଥ ଖସଡ଼ା ଜଙ୍ଗଲରେ ଏକ ଦନ୍ତାହାତୀ ର ଗଳିତ ମୃତଦେହ ଠାବ ହୋଇଛି । ମୃତ ଦନ୍ତାହାତୀର ବୟସ କୋଡିଏ ରୁ ପଚିଶ ବର୍ଷ ହେବ ବୋଲି ବନବିଭାଗ ଅନୁମାନ କରୁଛି । ତେବେ ବାରହା ଶିକାର ପାଇଁ ଜଙ୍ଗଲରେ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହୋଇଥିବା ନେଇ ଦେବଗଡ଼ ଡି ଏଫ ଓ କ୍ଷମା ଷଡଙ୍ଗୀ ସୂଚନା ଦେଇଛନ୍ତି । ତେବେ କିଛି ଦିନ ତଳୁ ହାତୀର ମୃତ୍ୟୁ ହୋଇଥିବା ବେଳେ ହାତୀଟିର ଦୁଇଟି ଯାକ ଦାନ୍ତ ସୁରକ୍ଷିତ ରହିଛି ।  ଡିଏଫଓ ଙ୍କ ସମେତ ଖମାର ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

What’s your Reaction?
+1
1
+1
1
+1
0
+1
0
+1
0
+1
1
+1
0

Leave a Reply