ଏମ.ବି.ଏ. ଓ ଏମ.ଏଫ.ସି. ବିଭାଗ ତରଫରୁ ” ଉପଭୋକ୍ତା ଶିକ୍ଷା ଅଧିକାର” ଉପରେ ଆଲୋଚନା ଚକ୍ର

ଅନୁଗୁଳ – ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟ ରେ ଏମ.ବି .ଏ ଏବଂ ଏ ଏଫ ସି ବିଭାଗ ତରଫରୁ “ଉପଭୋକ୍ତା ଶିକ୍ଷା ଅଧିକାର” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ଜ଼ିଲ୍ଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗ ” ର ସଦସ୍ୟ କଲ୍ୟାଣ କିଶୋର ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦେଇ ଉପଭୋକ୍ତା ମାନଙ୍କର ବିଭିନ୍ନ ଅଧିକାର ଓ କର୍ତବ୍ୟ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ଏବଂ ସରକାରଙ୍କର ବିଭିନ୍ନ ଆଇନ ସମ୍ବନ୍ଧରେ ସଚେତନ କରାଇଥିଲେ । ବିଭାଗୀୟ ନିର୍ଦେଶକ ଡ଼ଃ ସୋମେଶ ଦତ୍ତ ଦାଶ ଉପଭୋକ୍ତା ଆଇନର ଉପଯୋଗୀତା ଓ ଏହା କିପରି କାର୍ଯ୍ୟକାରୀ ହୁଏ ତାହା ଉପରେ ଧାରଣା ଦେଇଥିଲେ। ଅଧ୍ୟାପିକା ଜୋସ୍ନାରାଣୀ ସାହୁ ଉକ୍ତ ଆଇନର ବ୍ୟବହାରିକ ଦିଗ ସମ୍ପର୍କରେ ପ୍ରମୁଖ ଟିପଣି ଦେଇ ଆଲୋକପାତ କରିଥିଲେ। ବିଭାଗୀୟ ମୁଖ୍ୟ ଦୀପକ ମିଶ୍ର ସ୍ଵାଗତ ଭାସନ ଓ ଅତିଥି ପିରିଚୟ ପ୍ରଦାନ କରିଥିଲେ।ଅଧ୍ୟାପକ ଦେବବ୍ରତ ସାହୁ ଅଧ୍ୟାପିକା ଲିପିକା ପରିଡା,ଗାର୍ଗି ପ୍ରିୟଦର୍ଶିନୀ ସାହୁ,ଅଙ୍କିତା ପଟନାୟକ ଉକ୍ତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।ଶେଷରେ ଏ ମ ବି ଏ ଦ୍ୱିତୀୟ ବିଭାଗ ର ଛାତ୍ରୀ ସୁନିତା ବେହେରା ଧନ୍ୟବାଦ ଜ୍ଞାପନ କରିଥିଲେ।

What’s your Reaction?
+1
0
+1
0
+1
0
+1
0
+1
4
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored