ବନ୍ଧୁକ ମୁନରେ ଠିକା ସଂସ୍ଥା କର୍ମଚାରୀଙ୍କୁ ଅପହରଣ ଘଟଣା- ଝାଡ଼ଖଣ୍ଡରୁ ଉଦ୍ଧାର ହେଲେ ଦୁଇ ସୁପରଭାଇଜର

ବନ୍ଧୁକ ମୁନରେ ଠିକା ସଂସ୍ଥା କର୍ମଚାରୀଙ୍କୁ ଅପହରଣ ଘଟଣା- ଝାଡ଼ଖଣ୍ଡରୁ ଉଦ୍ଧାର ହେଲେ ଦୁଇ ସୁପରଭାଇଜର

ପାଲଲହଡା – ଗତ ସୋମବାର ବିଳମ୍ବିତ ରାତି ରେ ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଶିଗଡ ପଞ୍ଚାୟତ କମ୍ପରକେଳା ଠାରେ ଥିବା ଏକ ଠିକା ସଂସ୍ଥାର କ୍ୟାମ୍ପରୁ ଦୁଇ ଜଣ ସୁପରଭାଇଜାରଙ୍କୁ କିଛି ଦୁର୍ବୁତ୍ତ ବନ୍ଧୁକ ମୁନରେ ଅପହରଣ କରି ନେଇ ଯାଇଥିବା ବେଳେ ଅପହରଣର ୩ ଦିନ ପରେ ଦୁଇ ସୁପରଭାଇଜର ଫେରିଛନ୍ତି । ବିଶ୍ଵସ୍ଥ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅପହରଣ ପରେ ଦୁଇ ସୁପର ଭାଇଜର ସନାତନ ବେହେରା ଏବଂ ନରୋତମ ବିଶ୍ୱାଳଙ୍କୁ ଦୁର୍ବୁତ୍ତ ମାନେ ଝାଡ଼ଖଣ୍ଡ ଅଞ୍ଚଳର ବିଭିନ୍ନ ସ୍ଥାନ ବୁଲାଇଥିଲେ ଏବଂ ତିନିଦିନ ପରେ ଶୁକ୍ରବାର ଓଡିଶା ଝାଡ଼ଖଣ୍ଡ ସୀମାରେ ଉଭୟଙ୍କୁ ଛାଡି ଦେଇଥିବା ଜଣା ପଡିଛି I ଅପହରଣ ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଘଟଣାର ତଦନ୍ତ ଚଳାଇଥିଲେ । ଆୟ ଆଜି ଉଭୟ ଫେରିବା ପରେ ସ୍ୱତନ୍ତ୍ର ପୋଲିସ ଟିମ ଉଭୟଙ୍କୁ ଘଟଣା ସମ୍ପର୍କରେ ପଚରାଉଚୁରା କରୁଥିବା ଜଣା ପଡ଼ିଛି । ପ୍ରକାଶ ଥାଉକି ପାଲଲହଡା ଥାନା କମ୍ପରକେଳା ଗ୍ରାମ ନିକଟ ରେ ଥିବା ମାଙ୍କଡା ନାଳ ଉପରେ ନିର୍ମାଣାଧୀନ ବ୍ରୀଜ କାମକରୁଥିବା ଏକ ଠିକା ସଂସ୍ଥା “ସ୍ୱାଇଁ ଆଣ୍ଡ.କୋ ର ଦୁଇ ସୁପର ଭାଇଜର ସନାତନ ବେହେରା ଏବଂ ନରୋତମ ବିଶ୍ୱାଳଙ୍କୁ ଗତ ମଙ୍ଗଳବାର ବିଳମ୍ବିତ ରାତି ରେ ଦୁଇଟି ଗାଡି ରେ ୧୦ ରୁ ୧୨ ଜଣ ଜଣ ଦୁର୍ବୃତ୍ତ ଆସି ବନ୍ଧୁକ ଦେଖାଇ ଅପହରଣ କରିନେଇଥିବା ପାଲଲହଡା ଥାନାରେ ଅଭିଯୋଗ ହୋଇଥିଲା । ସେପଟେ ଦୁର୍ବୃତ୍ତ ମାନେ ବଟି ଆଦାୟ ପାଇଁ ଏଭଳି ଅପହରଣ କରିଥିବା ଏବଂ ବଟି ମିଳିବା ପରେ ଅପହର୍ତ୍ତା ମାନଙ୍କୁ ଛାଡି ଦେଇଥିବା ସନ୍ଦେହ କରାଯାଉଛି । ପୋଲିସ ତଦନ୍ତ ପରେ ପ୍ରକୃତ ଘଟଣା ଜଣା ପଡିବ ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply