ପ୍ରେମରେ ବିଫଳ ହେଲା ଯୁବକ , ଆଉ ତାପରେ …..

ପ୍ରେମରେ ବିଫଳ ହେଲା ଯୁବକ , ଆଉ ତାପରେ …..

ପାଲଲହଡ଼ା- ପ୍ରେମ ବ୍ୟାପାରକୁ ନେଇ ପାଲଲହଡ଼ା ଥାନା ସମୁଖରେ ଜଣେ ଯୁବକ ଆତ୍ମାହୁତି ଉଦ୍ୟମ କରିଥିବାବେଳେ ତାଙ୍କୁ , ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଛି । ଗୁରୁତର ଯୁବକ ଜଣଙ୍କ ହେଉଛନ୍ତି ସ୍ଥାନୀୟ ଈଶ୍ୱରନଗର ଗ୍ରାମର ବିଶ୍ୱନାଥ ନାଏକ ବୋଲି ଜଣା ପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ବିଶ୍ୱନାଥଙ୍କ ସେହି ଗ୍ରାମର ଜଣେ ଝିଅ ସହ ଦୀର୍ଘଦିନରୁ ପ୍ରେମ ସମ୍ପର୍କ ଥିବାବେଳେ କୌଣସି କାରଣରୁ ଉକ୍ତ ଝିଅର ବାହାଘର ଅନ୍ୟତ୍ର ଠିକ ହୋଇଯିବାରୁ ଯୁବକ ଜଣକ ହତୋତ୍ସାହିତ ହୋଇ ପଡିବା ସହ ଅନ୍ୟ କୌଣସି ଉପାୟ ନପାଇ ଆତ୍ମାହୁତି ଉଦ୍ୟମ କରିଥିବା କହିଛନ୍ତି । ଅନ୍ୟପଟେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ବିଶ୍ୱନାଥ ଜଣେ ଝିଅ ସହ ଦୀର୍ଘଦିନରୁ ପ୍ରେମ ସମ୍ପର୍କରେ ଥିଲେ। କୌଣସି କାରଣରୁ ଉକ୍ତ ଯୁବତୀଙ୍କ ସହ ମନମାଳିନ ହେବାରୁ ଯୁବତୀଙ୍କ ପରିବାର ପକ୍ଷ ଉଭୟଙ୍କ ପ୍ରେମକୁ ବିରୋଧ କରାଥିଲେ। ଫଳରେ ବିଶ୍ୱନାଥ ଅନ୍ୟ କୌଣସି ଉପାୟ ନ ପାଇ ଆତ୍ମାହୁତି ଉଦ୍ୟମ କରିଥିବା କୁହାଯାଉଛି । ଅନ୍ୟପଟେ ବିଶ୍ୱନାଥଙ୍କ ମାନସିକ ଅବସ୍ଥା ଠିକ୍‌ ନ ଥିବା ଡାକ୍ତର ରିପୋର୍ଟ ଦେଇଥିବା ବେଳେ ପୋଲିସ ଏକ ଷ୍ଟେଶନ ଡାଇରୀ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ କିଶୋର କୁମାର ସାମଲ ସୂଚନା ଦେଇଛନ୍ତି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply