ଅନୁଗୁଳ – ଅନୁଗୁଳ ଲୁଟୁ ୱାରିଅର୍ସ ପ୍ରିମିୟର ଲିଗର ଦ୍ୱିତୀୟ ସେମି ଫାଇନାଲ୍ ମ୍ୟାଚ ଅନୁଷ୍ଠିତ ହୋଇ ଯାଇଛି । ଆଜି ( ବୁଧବାର) ଖେଳା ଯାଇଥିବା ଏହି ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ତେଲକୋଇ ଓ ଦେବଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ତେଲକୋଇ ଦଳ ନିର୍ଦ୍ଧାରିତ ୮ ଓଭରରେ ୧୨୧ ରନ ସଂଗ୍ରହ କରିଥିବା ବେଳେ ଏହି ଲକ୍ଷ୍ୟ ନେଇ ଦେବଗଡ଼ ଦଳ ଖେଳିବାକୁ ଯାଇ ୮ ଓଭରରେ ୮ ଜଣ ବ୍ୟାଟସମ୍ୟାନଙ୍କୁ ହରାଇ ମାତ୍ର ୪୫ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ଫଳରେ ତେଲକୋଇ ଦଳ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଆସନ୍ତାକାଲି ଭୁବନେଶ୍ୱରର କମାଣ୍ଡୋ ୧୧ ଦଳ ସହ ଫାଇନାଲ ମ୍ୟାଚ ଖେଳିବ । ଶିମିଳିପଡାର ମହିମା ନେହେରୁ କ୍ଳବ ଏହି ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିଥିବା ବେଳେ ଆଜିର ସେମିଫାଇନାଲ ମ୍ୟାଚ ବେଳେ ମୁଖ୍ୟ ଅତିଥି ଭାବରେ ଅନୁଗୁଳ ଓକିଲ ସଂଘର ସଭାପତି ଦିଲୀପ କୁମାର ସାହୁ ଏବଂ ସମ୍ପାଦକ ଶ୍ରୀ ସୋମନାଥ ରାଉତ ଯୋଗଦାନ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।
What’s your Reaction?
+1
+1
+1
+1
+1
7
+1
2
+1