ଖୁବ ଶୀଘ୍ର ଦୂର ହେବ କୋଇଲା ସଙ୍କଟ – କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

ଖୁବ ଶୀଘ୍ର ଦୂର ହେବ କୋଇଲା ସଙ୍କଟ – କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

ତାଳଚେର – ସାରା ଦେଶରେ ଏବେ କୋଇଲା ସଙ୍କଟ ଦେଖା ଦେଲାଣି । ଆଉ ଏହାର ପରିସ୍ଥିତି ସୁଧାରିବା ପାଇଁ କୋଇଲା ଉତ୍ପାଦନ ଓ ପରିବହନର ଉନ୍ନତି ପାଇଁ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ଅନୁଗୁଳ ଜିଲ୍ଲା , ତାଳଚେର ଆସି ଖଣି ପରିଦର୍ଶନ କରି ପରିସ୍ଥିତି ସୁଧାରିବା ଦିଗରେ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର କୋଇଲା କ୍ୟାବିନେଟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ କୋଇଲା ଓ ରେଳ ରାଷ୍ଟ୍ରମନ୍ତ୍ରୀ ରାଓ ସାହେବ ପାଟିଲ ଦାନଭେ MCL ର ହିଙ୍ଗୁଳା କୋଇଲା ଖଣି ଅଞ୍ଚଳ ବୁଲି ଦେଖିବା ସହ ସେଠାରୁ କିଭଳି ଅଧିକ ଉତ୍ପାଦନ ହୋଇପାରିବ ସେ ନେଇ ଆଲୋଚନା କରିଥିଲେ । ବର୍ତ୍ତମାନ ହିଙ୍ଗୁଳା କୋଇଲା ଖଣିରୁ ଦୈନିକ ୧୩ ରୁ ୧୪ ର‌୍ୟାକ୍ ଉତ୍ପାଦନ ହେଉଥିବା ବେଳେ ଏହାକୁ ୨୩ ର‌୍ୟାକ୍ କୁ ବୃଦ୍ଧି କରାଯାଇଛି । ଏହା ବ୍ୟତୀତ କିଭଳି ପରିବହନ ଅଧିକ ହୋଇ ପାରିବ ସେଥିପାଇଁ ରେଳ ବିଭାଗ ସହ ମଧ୍ୟ ଆଲୋଚନା କରାଯାଇଛି । ଦେଶର ଘରୋଇ କ୍ଷେତ୍ରରେ ବିଜୁଳି ଚାହିଦା ବଢି ଯାଇଥିବାରୁ ଥର୍ମାଲ ପ୍ଲାଣ୍ଟ ଗୁଡିକରେ କୋଇଲା ସଙ୍କଟ ଦେଖା ଦେଇଥିଲା । ଯେଉଁଥିରେ ସୁଧାର ଆସିଥିବା ଏହି ଗସ୍ତ ସମୟରେ ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେହିଭଳି ରେଲୱେ ସହ ମିଶି କିଭଲି ଥର୍ମାଲ କୋଇଲା ପରିବହନ ଅଧିକ କରିହେବ ସେ ନେଇ ଆଲଚନା କରାଯାଇଛି । ଦେଶରେ ଯେଉଁ ଥର୍ମାଲ କୋଇଲାର ସଙ୍କଟ ଦେଖା ଦେଇଥିଲା ସେଥିରେ ଉନ୍ନତି ଆସିବା ଆରମ୍ଭ କରିଛି । ଏବେ ୫ ଦିନ ପାଇଁ କୋଇଲା ରହିଥିବା ବେଳେ ଉତ୍ପାଦନ ଓ ପରିବହନ ସୁଧାର ଆସିବା ଯୋଗୁଁ ଆଗମୀ ଦିନରେ ସଙ୍କଟ ଟଳିବ । ସେହିପରି ପରିବହନ ମଧ୍ୟ ଦୈନିକ ୨.୨ ମିଲିୟନ ଟନକୁ ବୃଦ୍ଧି ପାଇଛି । ତେଣୁ କୋଇଲା ଅଭାବ ରହିବ ନାହିଁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଆଜି ଏହି ଦୁଇ ମନ୍ତ୍ରୀଙ୍କ ଗସ୍ତ ସମୟରେ ବିଭିନ୍ନ ସମସ୍ୟା ନେଇ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଓ ଢେଙ୍କାନାଳ ସାଂସଦ ମହେଶ ସାହୁ ସେମାନଙ୍କ ସହ ଆଲୋଚନା କରିଛନ୍ତି ।

What’s your Reaction?
+1
0
+1
0
+1
0
+1
0
+1
7
+1
1
+1
0

Leave a Reply