ପରକ୍ରିୟାପ୍ରୀତି ଆଳ କରି ଯୁବକଙ୍କୁ ନିସ୍ତୁକ ମାଡ ଅଭିଯୋଗ – ଜଣେ ଗିରଫ

ପରକ୍ରିୟାପ୍ରୀତି ଆଳ କରି ଯୁବକଙ୍କୁ ନିସ୍ତୁକ ମାଡ ଅଭିଯୋଗ – ଜଣେ ଗିରଫ

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଗୁଳାଗାଡିଆ ଗ୍ରାମରେ ପରକ୍ରିୟାପ୍ରୀତି ସନ୍ଦେହ କରି ଯୁବକଙ୍କୁ ନିର୍ଧୁମ ମାଡ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା ବଦାଳୁ ଗ୍ରାମର ବଳରାମ ନାଏକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ଆଜକୁ ପ୍ରାୟ ଦୁଇମାସ ହେବ ତାଙ୍କ ଶଶୁରଘର ଗୁଳାଗାଡିଆରେ ରହି ଆସୁଥିଲେ ତେବେ ଗୁଳାଗାଡିଆ ଗ୍ରାମର ପ୍ରଫୁଲ ନାଏକ ତାଙ୍କୁ ବିଭିନ୍ନ କାମରେ ନିୟୋଜିତ କରିବା ସହ‍ ଅନେକ ଅସମାଜିକ କାମରେ ଯୋଗ ଦେବା ପାଇଁ ଡାକି ନେଉଥିବାରୁ ବଳରାମ ଏହାକୁ ବିରୋଧ କରିବା ସହ ଅସହଯୋଗ କରିଥିଲା ତେବେ ଏଥିରେ ପ୍ରଫୁଲ ପ୍ରତିଶୋଧ ପରାୟଣ ହୋଇ ଆଜି ସକାଳ ସମୟରେ ବଳରାମକୁ ଘରକୁ ଡାକି ପ୍ରଫୁଲଙ୍କ ସ୍ତ୍ରୀ ସହିତ ଖରପ ସମ୍ପର୍କ ରଖିଥିବା କହି ବଳରାମଙ୍କୁ ବାନ୍ଧି ନିର୍ଧୁମ ମାଡ ମାରିବା ସହ ଟାଙ୍ଗିଆରେ ଫସା ମାରିଥିବା ଅଭିଯୋଗ ହୋଇଛି ପ୍ରଫୁଲର ଆକ୍ରମଣରେ ଆହତ ଆହତ ହୋଇ ପଡିଥିବା ବେଳେ ବଳରାମକୁ ସ୍ଥାନୀୟ ଲୋକ ମଧ୍ୟ ଭୟରେ ଉଦ୍ଧାର କରି ପାରିନଥିଲେ ଖବର ପାଇ ଛେଣ୍ତିପଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବଳରାମକୁ ଉଦ୍ଧାର କରି ଚିକିତ୍ସା କରିଥିଲା ପ୍ରଫୁଲଙ୍କ ମାଡରେ ବଳରାମଙ୍କ ଦେହର ଅନେକ ସ୍ଥାନରେ କ୍ଷତ ହୋଇ ଥିବା ବେଳେ ବାମ ହାତ ଭାଙ୍ଗି ଯାଇଛି ବଳରାମ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୁଲିସ ଘଟଣାର ତଦନ୍ତ କରି ପ୍ରଫୁଲକୁ ଗିରଫ କରିଛି  

What’s your Reaction?
+1
0
+1
0
+1
0
+1
0
+1
7
+1
1
+1
0

Leave a Reply