ଅନଲାଇନ ଏକ୍ସକ୍ଲୁସିଭମୁଖ୍ୟ ଖବର ନିଖୋଜ ବିରଜୁ କୁଲୁ ତାଳଚେରରୁ ଉଦ୍ଧାର Angul OnlineJanuary 5, 2021January 5, 2021 ଅନୁଗୁଳ – ନିଖୋଜ ବିରଜୁ କୁଲୁଙ୍କ ମିଳିଲା ପତ୍ତା । ପାକିସ୍ତାନରୁ ଫେରିଥିବା ସୁନ୍ଦରଗଡର ବିରୁଜୁ କୁଲୁ ଓଡିଶାରେ ପୁଣି ନିଖୋଜ ହୋଇଯାଇଥିଲେ । ଥାନାରେ ବିରିଜୁଙ୍କ ଭଉଣୀଙ୍କ ଅଭିଯୋଗ ପରେ ଛାନଭିନ ଆରମ୍ଭ କରିଥିଲା ସୁନ୍ଦରଗଡ଼ ପୋଲିସ । ତେବେ ବିଳମ୍ବିତ ରାତିରେ ତାଙ୍କୁ ତାଳଚେରରୁ ତାଙ୍କୁ ଉଦ୍ଧାର କରା ଯାଇଛି । ଏନେଇ ସୂଚନା ଦେଇ ସୁନ୍ଦରଗଡ ଏସପି ସାଗରିକା ନାଥ କହିଛନ୍ତି , କୁତ୍ରା ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ବିରୁଜୁଙ୍କୁ ଖୋଜିବାରେ ଲାଗିଥିଲା । ବିରୁଜୁ ତାଳଚେର ବସଷ୍ଟାଣ୍ଡ ନିକଟରେ ବୁଲୁଥିବା ବେଳେ ତାଙ୍କୁ ତାଳଚେର ପୌରପାଳିକା ପକ୍ଷରୁ ଉଦ୍ଧାର କରି ପୋଲିସକୁ ସୂଚନା ଦିଆ ଯାଇଥିଲା । ସେ ସୁସ୍ଥ ଅଛନ୍ତି ଏବଂ ମାନସିକ ଅସନ୍ତୁଳନ ଯୋଗୁଁ ବିରଜୁ ଘର ଛାଡି ଚାଲି ଆସିଥିଲେ । ସୂଚନା ଅନୁସାରେ ଦୀର୍ଘ ୨୦ବର୍ଷ କାଳ ପାକିସ୍ତାନରେ ବନ୍ଦୀ ଜୀବନ କଟାଇବା ପରେ ବିରୁଜୁ ଗତ ନଭେମ୍ବର ୧୩ ତାରିଖରେ ଜନ୍ମମାଟିକୁ ଫେରିଥିଲେ ବିରଜୁ । ଜିଲ୍ଲା ପ୍ରଶାସନ ତାଙ୍କୁ ସ୍ୱାଗତ କରିବା ସହ ତାଙ୍କର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିଲେ ସ୍ଥାନୀୟ ବିଧାୟକ । କିନ୍ତୁ ବର୍ଷ ଆରମ୍ଭରୁ ଅର୍ଥାତ ଜାନୁଆରୀ ୨ ତାରିଖ ଶନିବାର କୁଆଡେ ଚାଲିଯାଇଥିଲେ ବିରଜୁ କୁଲୁ । ବହୁ ଖୋଜାଖୋଜି କରିବା ପରେ ତାଙ୍କର କୈଣସି ପତ୍ତା ନମିଳିବାରୁ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ତେବେ ଆଜି ସୁନ୍ଦରଗଡ ପୋଲିସର ଏକ ଟିମ ତାଳଚେର ଆସି ତାଙ୍କୁ ସୁନ୍ଦରଗଡ ଫେରାଇ ନେଇଛି । Advertisement
କ୍ୱାକ କରୁଛନ୍ତି ଚିକିତ୍ସା – ସ୍ୱାସ୍ଥ୍ୟ ପ୍ରଶାସନ ନିରବ ଅନୁଗୁଳ – କ୍ୱାକଙ୍କ ଚିକିତ୍ସା ଯୋଗୁଁ ଲୋକଙ୍କ ଜୀବନ ଯାଉଛି । ଏହାର ସଦ୍ୟ ଉଦାହରଣ ହେଉଛି ରବିବାର ଅନୁଗୁଳ ଜିଲ୍ଲା ଜିଲ୍ଲା ଠାକୁରଗଡ଼ ଥାନା…
ବ୍ରେଡ୍ରେ ଲେଖାହେଉନି ଏକ୍ସପାୟରି ତାରିଖ – ଲାଭ ଲୋଭର ଖେଳରେ ଗ୍ରାହକ ଅର୍ଥ ଦେଇ ଅଖାଦ୍ୟ ଖାଇବାକୁ ପଡୁଛି ଲାଭକଥା ଚିନ୍ତା କରୁଛନ୍ତି ପ୍ରସ୍ତୁତକାରୀ ସଂସ୍ଥା ଅନୁଗୁଳ – ଜିଲାର ବିଭିନ୍ନ ହୋଟେଲ, ଚା…
ପ୍ରଥମ ଜିଲ୍ଲାପାଳଙ୍କ ଦେହାନ୍ତ ଅନୁଗୁଳ – ଅନୁଗୁଳ ଜିଲ୍ଲାର ପ୍ରଥମ ଜିଲ୍ଲାପାଳ ତଥା ଅବସରପ୍ରାପ୍ତ ଆଇଏସ୍ ଅଧିକାରୀ ଦ୍ବିଜବର କାନୁନଗୋଙ୍କର ପରଲୋକ ଘଟିଛି । ସ୍ଵର୍ଗତ କାନୁନ୍ଗୋ କିଛିଦିନ ତଳେ କରୋନାରେ…