ବେଆଇନ ମାଟି ଚାଲାଣ ବେଳେ ତହସିଲଦାରଙ୍କ ଚଢାଉ – ୨ ଲକ୍ଷ ଟଙ୍କା ଜୋରିମାନା

ବେଆଇନ ମାଟି ଚାଲାଣ ବେଳେ ତହସିଲଦାରଙ୍କ ଚଢାଉ – ୨ ଲକ୍ଷ ଟଙ୍କା ଜୋରିମାନା

ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠ ପଞ୍ଚମହଲା ନିକଟରୁ ବେଆଇନ ଭାବେ ମାଟି ଖୋଲି ଚାଲାଣ କରା ଯାଉଥିବା ବେଳେ ଖବର ପାଇ ଅନୁଗୁଳ ତହସିଲଦାର ସଦଳେବଲେ ଚଢାଉ କରି ଗାଡି ଗୁଡିକ ଜବତ କରିବା ସହ ମୋଟା ଆଙ୍କର ଜୋରିମାନା କରୁଇଛନ୍ତି । ସୂଚନା ଅନୁସାରେ ପଞ୍ଚମହଲା ନିକଟରେ ଥିବା ଏକ ସରକାରୀ ଜାଗାରୁ ଜେସିବି ସହାୟତାରେ ମାଟି ଖୋଲି ଟ୍ରାକ୍ଟରରେ ମାଟି ଚାଲାଣ ହେଉଥିଲା । ଏହି ଖବର ପାଇ ଅନୁଗୁଳ ତହସିଲଦାର ବିମଳ କୁମାର ଲେଙ୍କା ସଦଳବଳେ ଘଟଣା ସ୍ଥଳରେ ଚଢାଉ କରିଥିଲେ । ଚଢାଉ ବେଳେ ମାଟି ଖୋଳୁଥିବା ଏକ ଜେସିବି ମେସିନ ଜବତ କରିବା ସହ ମାଟି ଚାଲାଣ କରାଯାଉଥିବା ଦୁଇଟି ଟ୍ରାକ୍ଟର ଜବତ କରିଥିଲେ । ଏହା ସହ ବେଆଇନ ଭାବେ ମାଟି ଖୋଳି ଚାଲାଣ କରୁଥିବା ଅଭିଯୋଗରେ ୨ ଲକ୍ଷ ଟଙ୍କା ଜୋରିମାନା କରା ଯାଇଛି ।

 

What’s your Reaction?
+1
0
+1
0
+1
0
+1
0
+1
2
+1
0
+1
0

Leave a Reply