ଅନୁଗୁଳ – ଅନୁଗୁଳ ଜିଲ୍ଲା ଡାକ୍ତରଖାନାର ବରିଷ୍ଠ ଡାକ୍ତର ଆରକେଏସ ମହାପାତ୍ରଙ୍କ ଆଜି ହୃଦଘାତରେ ମୃତ୍ୟୁ ହୋଇଛି । ଆଜି ସକାଳେ ସେ ଏକ ଘରୋଇ କ୍ଲିନିକରେ ରୋଗୀ ଦେଖୁଥିବା ବେଳେ ହଠାତ ଅସୁସ୍ଥ ଅନୁଭବ କରିଥିଲେ । ଏଣୁ ସେ ନିଜେ ଏକ ଘରୋଇ ନର୍ସିହୋମରେ ଭର୍ତ୍ତି ହୋଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ଜଣେ ମେଡ଼ିସିନ ସ୍ପେଶାଳିଷ୍ଟ ଭାବେ ବେଶ ଜଣା ଶୁଣା ଥିଲେ । ତାଙ୍କ ଘର କାମାକ୍ଷାନଗର ଭୁବନ ଗାଁ ହୋଇଥିବା ବେଳେ ସେ ଦୀର୍ଘଦିନ ହେଲା ଅନୁଗୁଳରେ କାର୍ଯ୍ୟରତ ଥିଲେ । ଏହା ପୂର୍ବରୁ ସେ ଆଠମଲ୍ଲିକ ଉପଖଣ୍ତ ଚିକିତ୍ସାଳୟ ଓ ଅନୁଗୋଳ ଜେଲ ରେ ଚିକିତ୍ସକ ଭାବେ କାର୍ଯ୍ୟ କରିଥିଲେ । ସେ ଜଣେ ମେଳାପୀ ଓ ବନ୍ଧୁବତ୍ସଳ ବ୍ୟକ୍ତି ଥିଲେ । ମୁଖ୍ୟତଃ ରୋଗୀ ଦେଖିବା ବେଳେ ଅତି ଶାନ୍ତ ଓ ହସାହସ ମୁହଁରେ ରହୁଥିବା ଯୋଗୁଁ ତାଙ୍କର ବେଶ ସୁନାମ ଥିଲା । ତାଙ୍କ ଅକାଳ ବିୟୋଗରେ କର୍ମଚାରୀ ମହଲରେ ଶୋକର ଛାୟା ଖେଳିଯାଇଛି ।
What’s your Reaction?
+1
1
+1
3
+1
4
+1
3
+1
13
+1
5
+1
70