ବଡ ଅଘଟଣରୁ ଟଳିଲା ଇଣ୍ଟରସିଟି – ବ୍ରେକରୁ ଲାଗିଲା ନିଆଁ

ଅନୁଗୁଳ – ରାଉରକେଲା ଇଣ୍ଟରସିଟି ଟ୍ରେନରେ ଆଜି ନିଆଁ ଲାଗି ଯାଇଥିବା ବେଳେ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଓ ସ୍ଥାନିୟ ଲୋକଙ୍କ ସହଯୋଗ ଯୋଗୁଁ ଏକ ବଡ ଅଘଟଣରୁ ରକ୍ଷା ମିଳି ଯାଇଛି I ଅନୁଗୁଳ ଜିଲ୍ଲା ବାମୁର ନିକଟ କୁଳଡଙ୍ଗିଆଣି ଗାଁ ନିକଟରେ ଏଭଳି ଘଟଣା ଘଟିଥିଲା I ସୁଚନା ଅନୁସାରେ ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିବା ଇଣ୍ଟରସିଟି ଟ୍ରେନ(୨୨୮୪୦) ଆଜି ଅପରାହ୍ନ ପ୍ରାୟ ୫ ଟା ବେଳେ ଅନୁଗୁଳ ଜିଲ୍ଲା କୁଳଡଙ୍ଗିଆଣି ନିକଟରେ ହୋଇଥିବା ବେଳେ ଟ୍ରେନ ଇଞ୍ଜିନର ଠିକ ପଛରେ ଥିବା ଲଗେଜ ବଗିର ଚକରୁ ଧୂଆଁ ବାହାରିଥିଲା I ଏହା ଦେଖି ଚାଳକ ତୁରନ୍ତ ଟ୍ରେନକୁ ଅଟକାଇବା ସହ ବ୍ରେକ ଏୟାର ଯୋଗୁଁ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ I ଧୁଆଁ ସଙ୍ଗେ ସଙ୍ଗେ ଏତେ ଜୋରରେ ବାହାରିଥିଲା ଯେ ଟ୍ରେନରେ ଥିବା ଲୋକ ଭୟଭିତ ହୋଇ ଟ୍ରେନରୁ ଓଲ୍ହାଇ ପଡିଥିଲେ I ତେବେ ଟ୍ରେନର ଷ୍ଟାଫ , ସ୍ଥାନୀୟ ଗ୍ରାମବାସୀ ସମେତ ଟ୍ରେନରେ ଥିବା ଲୋକ ନିଆଁକୁ ଆୟତ କରି ନେଇଥିଲେ I ଫଳରେ ନିଆଁ ବ୍ଯାପି ବଡ ଅଘଟଣ ଘଟିବା ପୁର୍ବରୁ ପରିସ୍ଥିତି ନିୟନ୍ତ୍ରଣ କରା ଯାଇ ପାରିଥିଲା I ପ୍ରାୟ ୪୫ ମିନିଟ ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ କରିବା ପରେ ଟ୍ରେନ ଗନ୍ତବ୍ଯ ପଥରେ ଯାଇଥିଲା I

What’s your Reaction?
+1
0
+1
0
+1
0
+1
0
+1
1
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored