ଲୁଟେରାଙ୍କ ପିଛା କରି ଯୁବ ଓକିଲ ଫେରାଇ ଆଣିଲେ ଟଙ୍କା – ଡିକି ଭାଙ୍ଗି ଲୁଟ କରିଥିଲେ ଲୁଟେରା

ଲୁଟେରାଙ୍କ ପିଛା କରି ଯୁବ ଓକିଲ ଫେରାଇ ଆଣିଲେ ଟଙ୍କା – ଡିକି ଭାଙ୍ଗି ଲୁଟ କରିଥିଲେ ଲୁଟେରା

ଅନୁଗୁଳ – ଡିକି ଭାଙ୍ଗି ୧ ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ହେଲେ ଲୁଟେରାଙ୍କୁ ସାହସର ସହ ପିଛା କରି ଲୁଟେରାଙ୍କ ମୋଟରସାଇକେଲକୁ ଧକ୍କା ମାରି ଟଙ୍କା ଫେରାଇ ଆଣିବାରେ ସକ୍ଷମ ହେଲେ ଜଣେ ଯୁବ ଓକିଲ । ସୂଚନା ଅନୁସାରେ ମୋହନ ମହାପାତ୍ର ନାମକ ଜଣେ LIC ଏଜେଣ୍ଟ ଆଜି ବ୍ୟାଙ୍କରୁ ଏକ ଲକ୍ଷ ୬୦ ହଜାର ଟଙ୍କା ମୋଟରସାଇକେଲ ଡିକିରେ ରଖି ତହସିଲ ଅଫିସ ନିକଟ ଏକ ଜେରକ୍ସ ଦୋକାନକୁ ଜେରକ୍ସ କରିବାକୁ ଯାଇଥିଲେ । ଏହି ସମୟରେ ଦୁଇଜଣ ଦୁର୍ବୃତ୍ତ ମୋଟରସାଇକେଲ ଆସି ଡିକି ଭାଙ୍ଗି ଟଙ୍କା ନେଇ ପଳାଇ ଯାଇଥିଲେ । ତେବେ ଟଙ୍କା ନେଇ ପଳାଇ ଯାଉଥିବା ବେଳେ ଲୋକଙ୍କ ନଜର ପଡିଥିଲା ଆଉ ପାଟି କରିଥିଲେ ଲୋକେ । ଏହା ଦେଖି ନଗେନ ନନ୍ଦ ନାମକ ଜଣେ ଯୁବ ଓକିଲ ମୋଟରସାଇକେଲରେ ଦୁର୍ବୃତ୍ତଙ୍କ ପିଛା କରିଥିଲେ । ଛେଣ୍ଡିପଦା ଜଙ୍ଗଲ ନିକଟରେ ଆଗରେ ପୁଲିସ ହେଲମେଟ ଚେକିଂ କରୁଥିବା ଯୋଗୁଁ ଦୁର୍ବୃତ୍ତ ମାନେ ମୋଟରସାଇକେଲ ସ୍ଲୋ କରିବା ସମୟରେ ନଗେନ ତାଙ୍କ ମୋଟରସାଇକେଲରେ ଲୁଟେରାଙ୍କୁ ଧକ୍କା ଦେଇଥିଲେ । ଫଳରେ ଦୁର୍ବୃତ୍ତମାନେ ପଡିଯିବା ସହ ଭୟରେ ଟଙ୍କା ଓ ମୋଟରସାଇକେଲ ଛାଡି ଜଙ୍ଗଲ ଭିତରକୁ ଦଉଡି ପଳାଇ ଯାଇଥିଲେ । ଘଟଣା ସ୍ଥଳରୁ ନଗେନ ଟଙ୍କା ଆଣିବା ସହ ପୁଲିସକୁ ସୂଚନା ଦେବା ପରେ ପୁଲିସ ଘଟଣାର ଛାନଭିନ କରୁଛି । ତେବେ ନଗେନଙ୍କ ସାହସ ଯୋଗୁଁ ଟଙ୍କା ଫେରିପାଇଥିବାରୁ ମୋହନ ସମେତ ଅଞ୍ଚଳବାସୀ ନଗେନଙ୍କୁ ବେଶ ପ୍ରଶଂସା କରିଛନ୍ତି ।

What’s your Reaction?
+1
1
+1
0
+1
1
+1
3
+1
54
+1
2
+1
1

Leave a Reply