ବାରହା ଆକ୍ରମଣରେ ଛେଳି ଚରାଳି ମୃତ

ବାରହା ଆକ୍ରମଣରେ ଛେଳି ଚରାଳି ମୃତ

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ବନାଞ୍ଚଳ ଅନ୍ତର୍ଗତ ବୁଢୀପାହଡ ଜଙ୍ଗଲ ନିକଟ ଏକ ଆମ୍ବଟୋତାରେ ବାରାହା ଆକ୍ରମଣରେ ଜଣେ ଛେଳି ଚରାଳିଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଜେରେଙ୍ଗ ଦେହୁରୀସାହିର ସନୁ ସାହୁ । ସୂଚନା ଅନୁସାରେ , ଜେରେଙ୍ଗ ଦେହୁରୀସାହିର ସନୁ ସାହୁ ଆଜି ବୁଢୀପହାଡ ନିକଟ ଆମ୍ବତୋଟାକୁ ଛେଳି ଚରାଇବାକୁ ଯାଇଥିବା ବେଳେ ଅନେକ ସମୟ ଧରି ଘରକୁ ଫେରି ନଥିଲେ । ଛେଳି ମାନେ ଘରକୁ ଫେରିବା ପରେ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା ।  ପରିବାର ଲୋକେ ଓ ଗ୍ରାମବାସୀ ସନୁଙ୍କୁ  ଖୋଜିବାକୁ  ଯାଇଥିବା ବେଳେ ବୁଢିପାହାଡ ନିକଟ ଅମ୍ବତୋଟାରେ ସନୁଙ୍କ କ୍ଷତବିକ୍ଷତ ମୃତ ଶରୀର ପଡିଥିବା ଦେଖିଥିଲେ । ସନୁଙ୍କ ମୃତ ଶରୀର ପାଖରେ ଏକ ଜଙ୍ଗଲୀ ବାରାହା ଜଗିରହି ଥିଲା । ଲୋକଙ୍କୁ ଦେଖି ବାରାହାଟି ଲୋକଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିବା ବେଳେ ସେଠାରୁ ପରିବାର ଲୋକେ ଓ ଗ୍ରାମବାସୀ ଜୀବନ ବିକଳରେ ପଳାଇ ଆସି ଜରପଡା ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନବିଭାଗ ଜରପଡା ପୁଲିସ ସହାୟତାରେ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ସେତେବେଳକୁ ଘଟଣା ସ୍ଥଳରେ ଲୋକ ଜମା ହୋଇ ସାରିଥିଲେ । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଲୋକମାନେ ସନୁଙ୍କ ମୃତଦେହ ଛାଡ଼ିନଥିଲେ । ସରକାରଙ୍କ ନିୟମାନୁଯୟୀ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ବନବିଭାଗ ଓ ପୋଲିସ ବୁଝା ସୁଝା କରିବା ଉତ୍ତ୍ୟକ୍ତ ଲୋକ ଶାନ୍ତ ହୋଇଥିଲେ ।

What’s your Reaction?
+1
1
+1
0
+1
0
+1
0
+1
0
+1
0
+1
1

Leave a Reply