ଆଞ୍ଚଳିକ କାଞ୍ଜିଆହୁଦା ପାଇଁ ଦାବିପତ୍ର Angul OnlineMarch 3, 2022March 3, 2022 ଅନୁଗୁଳ – ଅନୁଗୁଳ ସହରରେ ମାଳ ମାଳ ଗାଈ ଗୋରୁ ବୁଲୁଛନ୍ତି । ଜାତୀୟ ରାଜପଥ ସମେତ ସହରର ସବୁ ରାସ୍ତାରେ ବହୁ ସଂଖ୍ୟାରେ ଗାଈଗୋରୁ ବୁଲୁ ଥିବାରୁ ଅନେକ ଅସୁବିଧା ହେଉଛି । ଏହି ଗାଈ ଗୋରୁଙ୍କ ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟି ମଣିଷ ମୃତାହତ ହେଉଥିବା ବେଳେ ଗାଈଗୋରୁ ମଧ୍ୟ ମୃତ୍ୟୁ ମୁଖରେ ପଡିବା ସହ ଅନେକ ଆହତ ମଧ୍ୟ ହେଉଛନ୍ତି । ୨୦୧୭ ମସିହାରୁ ୨୦୨୧ ପର୍ଯ୍ୟନ୍ତ ୫୦ ରୁ ଅଧିକ ଗୋରୁ ଗାଈଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ୩୦୦ ରୁ ଅଧିକା ଆହତ ହୋଇଛନ୍ତି । କିଛି ଦିନ ଆଗରୁ ଅନିଲ ମିଶ୍ର ନାମକ ଜଣେ ଯୁବକଙ୍କର ଏକ ଷଣ୍ଢ ସହ ଧକ୍କା ହୋଇ ମୃତ୍ୟୁ ହୋଇଥିଲା । ତେବେ ଏହି ଗାଈ ଗୋରୁଙ୍କୁ ଅସ୍ଥାୟୀ ଭାବେ ଥଇଥାନ କରିବା ସଦର ମହକୁମାରେ କାଞ୍ଜିଆହୁଦାଟିଏ ନାହିଁ । ଏଣୁ ଏକ କାଞ୍ଜିଆହୁଦା ନିର୍ମାଣ ପାଇଁ ଆଜି ରୁକେଶ୍ ରୋସନ୍ ଦାସ୍ , ବାପୁଜୀ ପ୍ରଧାନ , ଆଲୋକ ଚାନ୍ଦ ସାହୁ , ସମ୍ବିଦ୍ ସାହୁ , ଅନୁପ ପଟ୍ଟନାୟକ ଆଦି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । Advertisement
ସ୍ଲିପ୍ ଫର୍ ପିସ୍ କାର୍ଯ୍ୟକ୍ରମ ପାଳିତ ଅନୁଗୁଳ – ୟୁଥ୍ ହଷ୍ଟେଲ ଆସୋସିଏସନ ଅଫ ଇଣ୍ଡିଆ ତାର ସାର ବିଶ୍ବରେ ରହିଥିବା ୪୦୦୦ ହଜାରରୁ ଅଧିକ ଶାଖା ତରଫରୁ “ସ୍ଲିପ୍ ଫର୍ ପିସ୍” କାର୍ଯ୍ୟକ୍ରମ…
ହାଇୱା ଧକ୍କାରେ ମୋଟରସାଇକେଲ ଆରୋହୀ ମୃତ ନାଲକୋନଗର – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ଜାତୀୟ ରାଜପଥ ନାଲକୋନଗର ଥାନା ଅନ୍ତର୍ଗତ ଦୈନିକ କୃଷକ ବଜାର ସମ୍ମୁଖରେ ଆଜି (ରବିବାର) ରାତି ୯ଘଟିକା ସମୟରେ…
ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀଙ୍କୁ ଭେଟିଲେ ଦିନେଶ ଅନୁଗୋଳ – ଓଡିଶା ସରକାରଙ୍କ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ର ବସୁଧା ( ଗ୍ରାମାଞ୍ଚଳ ) ର ଉପଦେଷ୍ଟା ଭାବେ ଦିନେଶ ପ୍ରଧାନ…