ମୁଖ୍ୟ ଖବର ବିଜେଡ଼ିରୁ ପୁଣି ଦୁଇ ନିଲମ୍ବିତ Angul OnlineMarch 16, 2022March 16, 2022 ଅନୁଗୁଳ – ବିଜେଡିରେ ଦଳ ବିରୋଧୀ କାମ କରୁଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଗକୁ ପୌର ନିର୍ବାଚନ ଥିବା ବେଳେ ବିଦ୍ରୋହୀଙ୍କୁ ଦଳରୁ ନିଲମ୍ବନ କରାଯାଉଛି । ଆଜି ଅନୁଗୁଳ ଜିଲ୍ଲା ବିଜେଡ଼ିରୁ ପୁଣି ଦୁଇ ଜଣଙ୍କୁ ଦଳର ସୁପ୍ରିମୋ ନିଲମ୍ବନ କରିଛନ୍ତି । ଏବେଠାରୁ ନସୁଧୁରିଲେ, ଆଗକୁ ଆହୁରି କାର୍ଯ୍ୟାନୁଷ୍ଠାନ ତାଲିକା ଲମ୍ବିବ । ଗତ ପଞ୍ଚାୟତ ନିର୍ବାଚନରେ ଦଳ ବିରୋଧୀ କାମ ପାଇଁ ଛେଣ୍ଡିପଦାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ପ୍ରଧାନ , ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ନୋମିନୀ କ୍ଷୀରୋଦ ବାଘାରଙ୍କୁ ଦଳରୁ ନିଲମ୍ବନ କରା ଯାଇଥିଲା । ଆଜି ପୁଣି ଆଠମଲ୍ଲିକ ଅଞ୍ଚଳର ସନ୍ତୋଷ ହୋତା ଓ ତାଙ୍କ ପତ୍ନୀ ନୀହାର ହୋତାଙ୍କୁ ନିଲମ୍ବନ କରା ଯାଇଛି । ଦଳର ସାଧାରଣ ସଂପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜଙ୍କ ତରଫରୁ ଏକ ପ୍ରେସ୍ ବିବୃତିରେ ଏହି ସୂଚନା ଦିଆଯାଇଛି । Advertisement
୨୦୨୩ ରୁ ମେଡିକାଲ କଲେଜରେ ହେବ ନାମ ଲେଖା ଅନୁଗୁଳ – ଆଗାମୀ ଏକାଡେମିକ ବର୍ଷରୁ ତାଳଚେର ମେଡିକାଲ କଲେଜ ପାଇଁ ନାମଲେଖା ଆରମ୍ଭ କରାଯିବ । ଆଜି ଓଡ଼ିଶା ସରକାରଙ୍କ ମୂଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ…
ଦୋକାନ ଘର ଭିତରକୁ ପଶିଗଲା ଟ୍ରକ ଛେଣ୍ଡିପଦା – ଅନୁଗୁଳ ୬୩ନଂ ରାଜ୍ୟ ରାଜପଥର ଛେଣ୍ତିପଦା ଥାନା ଛକରେ ଭାରସାମ୍ୟ ହରାଇ ଏକ ଟ୍ରକ ରାସ୍ତା କଡରେ ଥିବା ୨ଟି ଦୋକାନ ଘରକୁ ଧକ୍କା…
ଅନୁଗୁଳରୁ ଅମ୍ଳଜାନ ପରିବହନ କରିବ ଅକ୍ସିଜେନ୍ ଏକ୍ସପ୍ରେସ୍ ଅନୁଗୁଳ – ଭାରତୀୟ ରେଳ ଅକ୍ସିଜେନ୍ ଏକ୍ସପ୍ରେସକୁ ଗୁରୁତ୍ବ ଦେବା ସହ ଜୀବନ ରକ୍ଷାକାରୀ ଅମ୍ଳଜାନ ପରିବହନ ଜାରି ରଖିଛି । ଭାରତୀୟ ରେଳବାଇର ଅକ୍ସିଜେନ୍ ଏକ୍ସପ୍ରେସ…