ଜିଲ୍ଲା ମହୋତ୍ସବ ପାଇଁ ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା

ଜିଲ୍ଲା ମହୋତ୍ସବ ପାଇଁ ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା

ଅନୁଗୁଳ – ୮ ତାରିଖରୁ ଜିଲ୍ଲା ମହୋତ୍ସବ ଆରମ୍ଭ ହେଉଥିବା ବେଳେ ଲୋକଙ୍କ ମଧ୍ୟରେ ଉତ୍ସାହ ଶିଖର ଛୁଇଁଛି । କାରୋନାର କରାଳ ଋପ ଯୋଗୁଁ ପ୍ରାୟ ଦୁଇ ବର୍ଷ ପରେ ମହୋତ୍ସବ ଫେରିଛି । କରୋନାର କଷଣରେ ସାଂସ୍କୃତିକ କାର୍ଯ୍ୟକ୍ରମ ଠାରୁ ଦୂରେଇ ରହିଥିବା ଅନୁଗୁଳବାସୀ ମହୋତ୍ସବକୁ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି । ଏହି ମେଗା ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବାକୁ ଜିଲ୍ଲା ପ୍ରଶାସନ ଜୋରଦାର ପ୍ରସ୍ତୁତି ଚଳାଇଛି ସେପଟେ ଦୁଇ ବର୍ଷ ପରେ ସହରକୁ ମହୋତ୍ସବ ଫେରୁଥିବା ଏବଂ ଚଳିତ ଥର ବଲିଉଡ୍‌ ର କଳାକାର ମାନେ ମୁଖ୍ୟ ଆକର୍ଷଣ ପାଲଟୁଥିବାରୁ ବହୁ ଲୋକଙ୍କ ସମାଗମ ହେବ ବୋଲି ଆଶା କରା ଯାଉଛି । ଅନୁଗୁଳ ସହର ସମେତ ଗାଁ , ଗହଳି ଓ ବାହାର ଜିଲ୍ଲାରୁ ଲୋକ ଆସିବାର କର୍ଯ୍ୟକ୍ରମ ରହିଛି । ଲୋକ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପାର୍କିଂ ବ୍ୟବସ୍ଥା ଗ୍ରହଣ କରାଯାଇଛି । ତିନି ନିନିଆ ମହୋତ୍ସବର ସନ୍ଧ୍ୟାରେ ସହରକୁ କୌଣସି ବି ଗାଡ଼ି ଛଡ଼ାଯିବ ନାହିଁ । ଅନୁଗୁଳ ସହରର କଦମ୍ ପଡ଼ିଆ ଓ ପିଟିସି ଗ୍ରାଉଣ୍ଡରେ ଗାଡ଼ି ପାର୍କିଂ କରି ଲୋକ ଚାଲି ଚାଲି ଷ୍ଟାଡିୟମକୁ ମହୋତ୍ସବ ଦେଖିବାକୁ ଆସିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏଥିପାଇଁ ଏକ ରୁଟ ମ୍ୟାପ ମଧ୍ୟ ଜାରି କରା ଯାଇଛି ମହୋତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ ସନ୍ଧ୍ୟା ପ୍ରାୟ ୬ରୁ ଆରମ୍ଭ ହେବ । ଏହାର ଘଣ୍ଟାକ ପୂର୍ବରୁ ଅନୁଗୁଳ ସହର ଭିତରକୁ କୌଣସି ଗାଡ଼ି ଛଡାଯିବ ନାହିଁ । ୫୫ ନମ୍ବର ଜାତୀୟ ରାଜପଥ ଦେଇ ଆସୁଥିବା ଭାରିଯାନ ଗୁଡିକ ଉଭୟ ରାଜ୍ ହୋଟେଲ୍‌ ଛକ ଓ ହୁଲୁରିସିଂହା ଛକ ଠାରୁ ଗତି ପରିବର୍ତ୍ତନ କରାଯିବ । ନାଲକୋ ପଟରୁ ଆସୁଥିବା ଗାଡ଼ି ଗୁଡିକ ରାଜ ହୋଟେଲ୍ ଛକଠାରେ ବାମକୁ ସେମାନଙ୍କ ଗତି ପରିବର୍ତ୍ତନ କରିବେ । ଗାଡ଼ି ଗୁଡ଼ିକ କମଲେଶ ହୋଟେଲ୍ , ମିଶ୍ରପଡ଼ା ଛକ ଦେଇ ହରିମହୁରୀ ଛକ ଠାରେ ୫୫ ନମ୍ବର ଜାତୀୟ ରାଜପଥରେ ମିଶିବେ । ସେହିପରି ଜରପଡ଼ା ପଟୁ ଅନୁଗୁଳକୁ ଅସୁଥିବା ଗାଡି ଗୁଡିକ ହୁଲୁରିସିଂହା ଛକ ଠାରୁ ଗାନ୍ଧୀମାର୍ଗ ଦେଇ ରାଇ ହୋଟେଲ୍ ଛକ ଠାରେ ମିସିବେ ମହୋତ୍ସବକୁ ଆସୁଥିବା ଲୋକଙ୍କ ପାଇଁ ସହର ଦୁଇଟି ସ୍ଥାନକୁ ପାର୍କିଂ ପାଇଁ ସ୍ଥିର କରାଯାଇଛି । ରାଜ ହୋଟେଲ ଛକ ପଟରୁ ଆସୁଥିବା ଗାଡି ପିଟିସି ଗ୍ରାଉଣ୍ଡରେ ଗାଡ଼ି ପାର୍କିଂ କରିବେ । ସେହିପରି ହୁଲୁରିସିଂହା ଛକ ପଟରୁ ଆସିବାକୁ ଥିବା ଗାଡ଼ିସବୁ ଗାନ୍ଧିମାର୍ଗରେ ଆସି ହେମସୁରପଡ଼ା କିମ୍ବା ଡିଆଇସି ଛକ ଦେଇ କଦମ ପଡ଼ିଆରେ ପାର୍କିଂ କରିବେ । ଲୋକମାନେ ଏହି ଦୁଇ ପାର୍କିଂ ସ୍ଥଳରୁ ଷ୍ଟାଡିୟମକୁ ଚାଲି ଚାଲି ଯିବେ । ପାର୍କିଂ ବ୍ୟବସ୍ଥାର ସୁପରିଚାଳନା କରିବା ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ୪ ଜଣ ଏଏସଆଇ ଓ ୬ ଜଣ କନେଷ୍ଟବଳ ନିୟୋଜିତ କରାଯାଇଛି । ଏମାନଙ୍କ ବ୍ୟତୀତ ୬ ଜଣ ହୋମ ଗାର୍ଡ ମଧ୍ୟ ପାର୍କିଂ ଉପରେ ନଜର ରଖିବେ

What’s your Reaction?
+1
2
+1
0
+1
0
+1
1
+1
18
+1
1
+1
0

Leave a Reply