ଆଞ୍ଚଳିକ ଉତ୍କଳ ଡି କୋଲ ବ୍ଲକ୍ ନିମନ୍ତେ ଗ୍ରାମବାସୀଙ୍କ ସହ ତ୍ରିପାକ୍ଷିକ ବୈଠକ Angul OnlineApril 22, 2022April 22, 2022 ଅନୁଗୁଳ – ନାଲ୍କୋର ଉତ୍କଳ ଡି କୋଲ ବ୍ଲକ୍ ପାଇଁ ଛେଣ୍ଡିପଦାର ରାଇଝରଣ ଗ୍ରାମବାସୀଙ୍କୁ ନେଇ କମ୍ପାନୀ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନର ଏକ ତ୍ରିପାକ୍ଷିକ ବୈଠକ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀ ବଇତୁରା ଦିପ୍ ଙ୍କ ଅଧ୍ୟକ୍ଷତାରେ ଆଜି(ଶୁକ୍ରବାର) ପୂର୍ବାହ୍ନରେ ତାଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଇଝରଣ ଗ୍ରାମର ଜମିହରା ପ୍ରଜାମାନଙ୍କର ଥଇଥାନ ଓ ବିସ୍ଥାପନ ସମ୍ପର୍କରେ ଗ୍ରାମବାସୀମାନଙ୍କ ସହ ଆଲୋଚନା ହୋଇଥିଲା । ରାଜ୍ୟ ସରକାରଙ୍କ ଥଇଥାନ ଓ ବିସ୍ଥାପନ ନୀତି ଅନୁଯାୟୀ ଗ୍ରାମବାସୀଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରକାଶ କରିଥିଲେ । ଗ୍ରାମବାସୀଙ୍କର ଦାବୀ ମୁତାବକ ଜମିର ମୁଲ୍ୟ ବର୍ଦ୍ଧିତ ଦରରେ ପ୍ରଦାନ କରିବା ସହ ନିଯୁକ୍ତି ନିମନ୍ତେ ପଦକ୍ଷେପ ନେବାକୁ ଅତିରିକ୍ତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ପରେ ଝିଣ୍ଟିପାଳ ଗ୍ରାମର ଗ୍ରାମବାସୀ , ଜିଲ୍ଲାପରିଷଦ ସଦସ୍ୟ ସଦସ୍ୟା ଓ ରାଧିକାପୁର ପଶ୍ଚିମ କୋଇଲା ବ୍ଳକର କର୍ତ୍ତୃପକ୍ଷକ ସହ SIA study କୁ ନେଇ ଆଲୋଚନା ହୋଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭୂ – ଅର୍ଜନ ଅଧିକାରୀ ( ସାଧାରଣ ) ଇଷାନି ପଣ୍ଡା , ଛେଣ୍ଡିପଦା ତହସିଲଦାର ଡାନିଏଲ ଏକ୍କା , ନାଲ୍କୋ କମ୍ପାନୀ କର୍ତ୍ତୁପକ୍ଷ , ଉତ୍କଳ ଡିର କର୍ତ୍ତୃପକ୍ଷ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ । Advertisement
ସ୍ୱାସ୍ଥ୍ୟ ଠିକା କର୍ମଚାରୀ କରିବେ ଆନ୍ଦୋଳନ ଅନୁଗୁଳ – ଅନୁଗୁଳ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ସଦଭାବନା ଗୃହ ଠାରେ ଓଡିଶା ସ୍ବାସ୍ଥ୍ୟ ଠିକା କର୍ମଚାରି ସଂଘ ଅନୁଗୁଳ ଶାଖାର ସାଧାରଣ ପରିଷଦ ବୈଠକ…
ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା – ଜଣେ ମୃତ ତାଳଚେର -(AO)- ଅନୁଗୁଳ ଜିଲ୍ଲା ତାଳଚେର-ବଅଁରପାଳ ଜାତୀୟ ରାଜପଥରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ୫୩ନମ୍ବର ଜାତୀୟ ରାଜପଥରେ ଆଜି ଅପରାହ୍ନରେ ମହମ୍ମଦ…
ମରଣଯନ୍ତା ଏନ୍ଏଚ୍-୫୫ ଅନୁଗୁଳ – ମୃତ୍ୟୁର ଯନ୍ତା ୫୫ ନମ୍ବର ଜାତୀୟ ରାଜପଥ । ଓଡ଼ିଶାର ପୂର୍ବାଞ୍ଚଳ ଓ ପଶ୍ଚିମାଞ୍ଚଳକୁ ଯୋଡ଼ୁଥିବା ଏହି ଜାତୀୟ ରାଜପଥ ଅନୁଗୁଳ ଜିଲ୍ଲାବାସୀଙ୍କ ଦୁଃଖର…