ସ୍ୱାସ୍ଥ୍ୟ ଠିକା କର୍ମଚାରୀ କରିବେ ଆନ୍ଦୋଳନ

ଅନୁଗୁଳ – ଅନୁଗୁଳ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ସଦଭାବନା ଗୃହ ଠାରେ ଓଡିଶା ସ୍ବାସ୍ଥ୍ୟ ଠିକା କର୍ମଚାରି ସଂଘ ଅନୁଗୁଳ ଶାଖାର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବୈଠକ ସରୋଜ ଦାଶଙ୍କ ସଭାପତିତ୍ବରେ, ଜିଲ୍ଲା ର ସମସ୍ତ ସ୍ବାସ୍ଥ୍ୟ ବିଭାଗର ଠିକା କର୍ମଚାରୀ ମାନଙ୍କୁ ନେଇ ହୋଇଥିଲା। ଏଥିରେ ସମସ୍ତେ ଠିକାରୁ ମୁକ୍ତି ଏବଂ ସ୍ଥାୟୀ ନିଯୁକ୍ତି କିପରି ହୋଇ ପାରିବ ସେ ସମ୍ପର୍କରେ ଆଲୋଚନା କରା ଯାଇଥିଲା । ରାଜ୍ୟ ସଂଘ ଦ୍ୱାରା ଦିଆ ଯାଇଥିବା କାର୍ଯ୍ୟ ବନ୍ଦ ଆନ୍ଦୋଳନ ଏବଂ ହଳଦିଆ ବ୍ୟାଚ ପରିଧାନ କୁ ସମସ୍ତେ ସ୍ଵାଗତ କରିଥିଲେ । ଆସନ୍ତା ୨୧ ତାରିଖରେ ଭୁବନେଶ୍ୱର ଠାରେ ହେବାକୁ ଥିବା ଗଣଧାରଣାରେ ସମସ୍ତେ ଯୋଗଦାନ କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା । ଆଗାମୀ ମଙ୍ଗଳବାର ଦିନ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଦାବି ପତ୍ର ଦେବା ପାଇଁ ସ୍ଥିରୀକୃତ କରା ଯାଇଥିଲା । ଦୀର୍ଘ ୧୫ ବର୍ଷ ରୁ ଅଧିକ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ରେ ଠିକା ରେ କାର୍ଯ୍ୟ କରି ନିଜ ଜୀବନ ର ମୂଲ୍ୟବାନ ସମୟ ବିଭାଗକୁ ଦେଇ ସାରିଥିବାରୁ ଏବେ ସରକାରଙ୍କ ଦ୍ଵାରା ଚାକିରୀ ସ୍ଥାୟୀକରଣ ପାଇଁ ସଂଘ ମାଧ୍ୟମରେ ଆବେଦନ କରି ଥିଲେ ।

What’s your Reaction?
+1
0
+1
0
+1
0
+1
0
+1
4
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored