କୂଅରେ ପଡ଼ି ବୃଦ୍ଧ ମୃତ

କୂଅରେ ପଡ଼ି ବୃଦ୍ଧ ମୃତ

ଅନୁଗୁଳ – ଅନୁଗୁଳ ଜିଲ୍ଲା ଅଙ୍ଗାରବନ୍ଧ କୁମ୍ଭାରସାହି ଗାଁରେ ଆଜି ଜଣେ ବୃଦ୍ଧ କୂଅରେ ଖସି ପଡ଼ି ପ୍ରାଣ ହରାଇଛନ୍ତି । ସୂଚନା ଅନୁସାରେ, କୁମ୍ଭାରସାହି ଗ୍ରାମର ୮୦ ବର୍ଷୀୟ ପ୍ରାଣବନ୍ଧୁ ଦାସ ରାତି ପ୍ରାୟ ୧୦ ଟା ବେଳେ ଘର ସମ୍ପୁଖରେ ଥିବା କୂଅ ନିକଟରେ ବସିବା ପାଇଁ ଯାଇଥିଲେ । କୂଅ ନିକଟରେ ସେ ଥିବା ବେଳେ ହଠାତ କୂଅ ଭିତରକୁ ଗଳି ପଡ଼ିଥିଲେ । କୂଅ ଗଭୀର ଥିବାରୁ ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରିବାକୁ ସାହସ କରିପାରିନଥିଲେ । ଗ୍ରାମବାସୀଙ୍କ ଠାରୁ ଖବର ପାଇ ଅନୁଗୁଳ ଦମକଳ ବାହିନୀ ପହଞ୍ଚି ତାକୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

What’s your Reaction?
+1
0
+1
0
+1
0
+1
0
+1
2
+1
0
+1
0

Leave a Reply