ଭଲ ଖବର ସହିଦ ଦେବାଶିଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ Angul OnlineMay 27, 2022May 27, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅଙ୍ଗପଡାଠାରେ ସହିଦ ଦେବାଶିଷ ସେଠୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇ ଯାଇଛି । ଏ ଅବସରରେ ସ୍ଥାନୀୟ ବିଧାୟକ ରମେଶ ସାଏ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏବଂ ଏସ୍ପି ଜଗମୋହନ ମୀନା ମଧ୍ୟ ଉପସ୍ଥିତ ଥିଲେ । ଏହ ସହ ଅନେକ ଲୋକ ପ୍ରତିନିଧିଙ୍କ ସମେତ ବହୁ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ । ଜିଲ୍ଲାପାଳ ସହିଦ ଦେବାଶିଷଙ୍କ ବଳିଦାନ ଏବଂ ତ୍ୟାଗର ପଟାନ୍ତର ନାହିଁ ବୋଲି ପ୍ରକାଶ କରିଥିଲେ । ଦେଶ ପାଇଁ ମାଓବାଦୀଙ୍କ ସହ ଲଢେଇ କରି ଜୀବନ ଦେଇଥିବା ବେଳେ ତାଙ୍କ ଭଳି ସନ୍ତାନଙ୍କୁ ଜନ୍ମ ଦେଇଥିବା ମାଲା-ପିତାଙ୍କ ନିକଟରେ ଦେଶ ଋଣି ହୋଇ ରହିବା ବୋଲି ଏହି ଅବସରରେ ଅତିଥି ମାନେ କହିଥିବା ବେଳେ ମା ଛାୟା ସେଠୀ ଓ ବାପା ସତ୍ୟାନନ୍ଦ ସେଠୀଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ଦେବାଶିଷଙ୍କ ଘର ଅଙ୍ଗପଡ଼ା ଗାଁରେ । ସେ ପପୁଲିସ କମାଣ୍ଡୋ ଭାବେ କଳାହାଣ୍ଡିର ସିର୍କୀ ଅଞ୍ଚଳରେ ମାଓବାଦୀଙ୍କ ସହ ମୁକାବିଲା କରି ପାଞ୍ଚ ଜଣଙ୍କୁ ନିପାତ କରିବା ପରେ ସହିଦ ହୋଇ ଯାଇଥିଲେ । ଭାରତ ସରକାର ଦେବାଶିଷଙ୍କୁ ମରଣୋତ୍ତର ଶୌର୍ଯ୍ୟ ଚକ୍ରରେ ସମ୍ମାନିତ କରିବେ । Advertisement
ଅନୁଗୋଳ ଜିଲ୍ଲାକୁ ଭାରତ ସରକାରଙ୍କ ଦ୍ୱାରା ଭୂମି ସମ୍ମାନ ଅନୁଗୋଳ – ଅନୁଗୋଳ ଜିଲ୍ଲାକୁ ମିଳିଛି ଭୂମି ସମ୍ମାନ । ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନ ପରିସରରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫରୁ ଜମିଜମା…
ଅନୁଗୁଳ ପୁଲିସର ସୁକେଶ ପାଇବେ ରାଜ୍ୟପାଳ ପଦକ ଭୁବନେଶ୍ୱର – ସାଧାରଣତନ୍ତ୍ର ଦିବସ ଅବସରରେ ଉଲ୍ଲେଖନୀୟ ସେବା ନେଇ ରାଜ୍ୟ ପୁଲିସ କର୍ମଚାରୀଙ୍କୁ ପ୍ରଦାନ କରାଯିବ ରାଜ୍ୟପାଳ ପଦକ । ବର୍ଷ ୨୦୨୧ ପାଇଁ ୪…
ଚାରୋଟି ଭ୍ରାମ୍ୟମାଣ ଫ୍ରିଜର ପ୍ରଦାନ କଲେ ବିଧାୟକ ବ୍ରଜ କିଶୋର ଅନୁଗୁଳ – ଅନୁଗୁଳ ଜିଲ୍ଲାର ଡାକ୍ତରଖାନାରେ ମୃତ୍ୟୁବରଣ କରୁଥିବା ଲୋକ ହେଉ କିମ୍ବା ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ଶବ ସଂରକ୍ଷଣ କରିବା ଏବେ ଆହୁରି ସୁବ୍ୟବସ୍ଥିତ…