ଚାରୋଟି ଭ୍ରାମ୍ୟମାଣ ଫ୍ରିଜର ପ୍ରଦାନ କଲେ ବିଧାୟକ ବ୍ରଜ କିଶୋର

ଅନୁଗୁଳ – ଅନୁଗୁଳ ଜିଲ୍ଲାର ଡାକ୍ତରଖାନାରେ ମୃତ୍ୟୁବରଣ କରୁଥିବା ଲୋକ ହେଉ କିମ୍ବା ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ଶବ ସଂରକ୍ଷଣ କରିବା ଏବେ ଆହୁରି ସୁବ୍ୟବସ୍ଥିତ ହୋଇ ପାରିବ । ଏଥିପାଇଁ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ହାତ ବଢ଼େଇଛନ୍ତି । ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ତାଳଚେର , ପାଲଲହଡ଼ା ଓ ମାରୁୱାଡି ଧର୍ମଶାଳାକୁ ଚାରୋଟି ଶବ ସଂରକ୍ଷଣ ଭ୍ରାମ୍ୟମାଣ ଫ୍ରିଜର ଦେଇଛନ୍ତି । ଅନୁଗୁଳ ଜିଲ୍ଲାରେ ଶିଳ୍ପାୟନର ବୃଦ୍ଧି ହେଉଥିବା ବେଳେ ଡାକ୍ତରଖାନା ଓ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ଆଉ ବେଳେ ବେଳେ ପରିବାର ଲୋକ ଦୁରରେ ରହୁଥିବାରୁ ଆସିବାରେ ବିଳମ୍ବ ହୋଇଥାଏ । ତେବେ ଡାକ୍ତରଖାନାରେ ଅନେକ ସମୟରେ ସଠିକ ସମୟରେ ଶବ ବ୍ୟବଚ୍ଛେଦ ହୋଇ ପାରି ନଥାଏ । କିମ୍ବା ଅନ୍ୟ କିଛି କାରଣ ପାଇଁ ଶବ ରହିଗଲେ ତାକୁ ଅଧିକ ଦିନ ରଖିବାକୁ ଯେତିକି ଫ୍ରିଜର ଅଛି ତାହା ପ୍ରଯ୍ୟାପ୍ତ ହୋଇ ପାରୁ ନାହିଁ । ଏଥିପାଇଁ ଶବ ସଂରକ୍ଷଣର ଆବଶ୍ଯକତାକୁ ସେ ଅନୁଭବ କରି ଏହି ଫ୍ରିଜର ପ୍ରଦାନ କରିଥିବା କହିଛନ୍ତି ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ । ଏହି ଭ୍ରାମ୍ୟମାଣ ଫ୍ରିଜର ସମସ୍ତଙ୍କ ପାଇଁ ନିଶୁଳ୍କ ରହିବ । ଆଜି ଅନୁଗୁଳ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଏହି ଫ୍ରିଜର ବିଧାୟକ ପ୍ରଦାନ କରିଥିବା ବେଳେ ଜିଲ୍ଲ ମୁଖ୍ଯ ଚିକିତ୍ସାଧିକାରୀ ଡା. ବିଶ୍ୱବିହାରି ମହାନ୍ତୀ , ମ୍ଯାଲେରିଆଅ ଅଧିକାରିଣୀ ଡା. ପୁର୍ଣ୍ଣିମା ଉଦଗାତା , ସମାଜସେବି ଚଂଦ୍ରକାନ୍ତ ପ୍ରଧାନ , ପ୍ରତାପ ମହାପାତ୍ର , ବସଲା ସରପଞ୍ଚ ଚନ୍ଦନ କୁମାର ସାହୁ ଆଦି ଉପସ୍ଥିତ ଥିଲେ ।

What’s your Reaction?
+1
0
+1
0
+1
0
+1
0
+1
2
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored