ଯକ୍ଷ୍ମାମୁକ୍ତ ଭାରତର ନୂଆ ଦିଗନ୍ଧ –  ନୟନା

ଅନୁଗୁଳ – ନାଁ ତାଙ୍କର ନୟନା ସାହୁ, ଜଣେ ଆଶା କର୍ମୀ । ଯକ୍ଷ୍ମା ରୋଗ ପାଇଁ କାମ କରି ଏବେ ପ୍ରସଂସିତ । ଅଞ୍ଚଳରେ ଅନେକ ଲୋକ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ଥିଲେ । ତେବେ ୨୦୦୭ ମସିହାରୁ ସେ ଚେଷ୍ଟା କରି ଅନେକ ରୋଗୀଙ୍କୁ ଭଲ କରିବା ସହ ଅନେକଙ୍କ କୂଅଭ୍ୟାସ ଦୂର କରି ପାରିଛନ୍ତି । ଅନୁଗୁଳ ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୧୫ କିମି ଦୂରରେ ଅବସ୍ଥିତ ଦଲାବେହେରା ସାହି । ଏହି ଅଞ୍ଚଳରେ ୨୦୦୫-୦୬ ମସିହାରୁ ଆଶା କର୍ମୀ ଭାବେ ନାୟନା ସାହୁ ଅବସ୍ଥାପିତ । ନିଜ ଅଞ୍ଚଳର ଲୋକ ସଂଖ୍ୟା ପ୍ରାୟ ୧୫୦୦ ରୁ ଉର୍ଦ୍ଧ୍ବ ।କି ଛି ବର୍ଷ ତଳେ ଏହି ଅଞ୍ଚଳରେ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ବେଶ ଅଧିକ ଥିଲା । ସଂକ୍ରମଣର ହାର ମଧ୍ୟ ବହୁତ ଥିଲା । କାଠ କାରଖାନାରେ କାମ କରିବା ସହ କୁ ଅଭ୍ୟାସ ଯୋଗୁଁ ଲୋକ ଏହି ରୋଗରେ ଆକାନ୍ତ ହେଉଥିଲେ । ତେବେ ଏହି ସମୟରେ ଆଶାକର୍ମୀ ନୟନାଙ୍କ ଉଦ୍ୟମ ଓ ବହୁମୁଖୀ ଆଭିମୁଖ୍ୟ ଯୋଗୁଁ ଅନେକ ଯକ୍ଷ୍ମା ରୋଗୀ ଠିକଣା ସମୟରେ ଚିହ୍ନଟ ହୋଇ ପାରିଛନ୍ତି । ଯାହାକି ସବୁଠାରୁ କାଠିକର ପାଠ ଥିଲା । ଗୃହ ପରିଦର୍ଶନ ବେଳେ ସେମାନଙ୍କୁ ସନ୍ଦେହ କରି ସେମାନଙ୍କ କଫ ନମୂନା ବନ୍ଧଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଚିହ୍ନଟ ପ୍ରକ୍ରିୟାରେ ବିଶେଷ କାମ କରିଥିଲେ । ଏଯାବତ ସେ ୫୧ ଜଣ ଯକ୍ଷ୍ମା ରୋଗୀଙ୍କୁ DoTs ମାଧ୍ୟମରେ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଔଷଧ ଖୁଆଇ ସୁସୁ କରାଇଛନ୍ତି । କାଳେ କିଏ ଔଷଧ ଖାଇବ ନାହିଁ , ଏଥିପାଇଁ ସେ ପ୍ରଥମ ଦୁଇ ମାସ ଘର ଘର ବୁଲି ଔଷଧ ଖୁଆଇଛନ୍ତି ।ତାଙ୍କର ଏଭ୍ଳି ଉଦ୍ୟମ ପରେ ଗାଁରେ ବର୍ତ୍ତମାନ ସ୍ଥିତିରେ କେହି ଆଉ ଆକ୍ରନ୍ତ ହୋଇ ନାହାଁନ୍ତି । ଏପରିକି ତାଙ୍କ ଉଦ୍ୟମ ପରେ କେହି କେହି ସୁସ୍ଥ ହୋଇ ଟିବି ଚମ୍ପିୟାନ ଭାବେ କାମ କରୁଛନ୍ତି । ଏହି ଗାଁର ଅନେକ ଲୋକ କାଠ କାରଖାନାରେ କାମ କରନ୍ତି । ଆଉ କାମରୁ ଫେରି ଥକାପଣ ମେଣ୍ଟାଇବାକୁ ଯାଇ ବିଭିନ୍ନ ପ୍ରକାର ନିଶା ସେବନ କରନ୍ତି । ଯାହା ଫଳରେ ଗାଁରେ ଯକ୍ଷ୍ମା ଉଗ୍ର ରୂପ ନେଉଥିଲା । ହେଲେ ଏହି ସମୟରେ ନୟନା ଦିଦି ସରକାରଙ୍କ ଯକ୍ଷ୍ମା ହାରିବ ଦେଶ ଜିତିବ ସ୍ଲୋଗାନକୁ ସାକାର କରିବାକୁ ଚେଷ୍ଟା ଆରମ୍ଭ କରି ଦେଇଥିଲେ । ନୟନା କୁହନ୍ତି ସଠିକ ସମୟରେ ଚିହ୍ନଟ ପାଇଁ ସେ କଫ ନମୂନା ପଠେଇବା ଉପରେ ଅଧିକ ତତ୍ପରତା ଦେଖାନ୍ତି । ଯକ୍ଷ୍ମା ରୋଗୀ ଚିହ୍ନଟ,ଚିକିତ୍ସା ପାଇଁ ଯାହା ଆର୍ଥିକ ପ୍ରୋତ୍ସାହନ ରାଶି ଉପଲବ୍ଧ ତାହା ଲୋକଙ୍କ ପାଖରେ ପହଞ୍ଚାଇ ରୋଗକୁ ନାଶ କରିବା ପାଇଁ ନିରନ୍ତର ଚେଷ୍ଟା ଜାରି ରଖିଛନ୍ତି ସେ । ଆଉ ଏଥିପାଇଁ ତିଳେ ମାତ୍ର ଭୟ କି ଘୃଣା ନ କରି ସେବା ମନୋବୃତି ନେଇ ଆଗକୁ ବଢି ଚାଲିଛନ୍ତି । ଦିନ ଥିଲା ରୋଗୀ ସଂଖ୍ୟା ଅଧିକ ଥିବା ତାଙ୍କ ଅଞ୍ଚଳରେ ଏବେ କିନ୍ତୁ ରୋଗୀ ସଂଖ୍ୟା ଅନେକ କମିଲାଣି । ଟିବି ମୁକ୍ତ ଭାରତ ଅଭିଯାନ ପରିପେକ୍ଷୀରେ ନୟନାଙ୍କ କାର୍ଯ୍ୟ ବାସ୍ତବିକ ପ୍ରଶଂସନୀୟ ଓ ପ୍ରେରଣା ଦାୟୀ । ବିଶ୍ୱ ଯକ୍ଷ୍ମା ଦିବସରେ ନୟନାଙ୍କ ଏଭଳି କାର୍ଯ୍ୟ ପାଇଁ ଅଭିନନ୍ଦନ ।

What’s your Reaction?
+1
0
+1
0
+1
0
+1
0
+1
1
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored