ସମସ୍ୟା ଶିକ୍ଷକ ବଦଳି ବାତିଲ ଦାବିରେ ସ୍କୁଲରେ ତାଲା Angul OnlineJune 3, 2022June 3, 2022 ଅନୁଗୁଳ – ଶିକ୍ଷକଙ୍କ ବଦଳି ବାତିଲ ଦାବିରେ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ । ଏପରିକି ସେଥିରେ ସାମିଲ ହୋଇ ଛାତ୍ରଛାତ୍ରୀ ମାନେ ସ୍କୁଲ ଆଗରେ ଧାରଣାରେ ବସିଲେ । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ବାରସିଂହା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନଙ୍କୁ ଅନ୍ୟତ୍ର ବଦଳି କରା ଯାଇଥିଲା । ତାଙ୍କ ସ୍ଥାନରେ ଅନ୍ୟ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ମଧ୍ୟ ଦିଆ ଯାଇଛି । ତେବେ ଗ୍ରାମବାସୀଙ୍କ ଅଭିଯୋଗ ହେଲା ଯେ ପ୍ରଶାନ୍ତ ଏହି ସ୍କୁଲର ଏକ ମାତ୍ର ଗଣିତ ଶିକ୍ଷକ । ତାଙ୍କ ସ୍ଥାନରେ ଯାହାଙ୍କୁ ଦିଆ ଯାଉଛି ସେ ଗଣିତ ଶିକ୍ଷକ ନୁହଁନ୍ତି । ଯାହା ଫଳରେ ଛାତ୍ରଛାତ୍ରୀ ମାନେ ଗଣିତର ଉଚିତ ଶିକ୍ଷାରୁ ବଞ୍ଚିତ ହେବେ । ଏଥିପାଇଁ ଗଣିତ ଶିକ୍ଷକ ପ୍ରଶାନ୍ତଙ୍କ ବଦଳି ଦାବି କରିଛନ୍ତି ଗ୍ରାମବାସୀ । ଏଥିପାଇଁ ଆଜି ସ୍କୁଲ ଫାଟକରେ ତାଲା ପକାଇବା ସହ ଧାରଣା ରେ ବସିଛନ୍ତି । Advertisement
ନୁଆଁହତାରୁ ରନ୍ତଲେଇ ରାସ୍ତା ପାଇଁ ୫୭ କୋଟିର ଟେଣ୍ଡର ଅନୁଗୁଳ – ଅନୁଗୁଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥ ନୁଆଁହତା ଠାରୁ ରନ୍ତଲେଇ ପର୍ଯ୍ୟନ୍ତ ରାସ୍ତା ର ବିକାଶ ତଥା ରାସ୍ତା ପାର୍ଶ୍ୱରେ ଅଲୋକୀକରଣ ପାଇଁ…
ପ୍ରସ୍ତାବିତ ଖଣି ଅଞ୍ଚଳରେ ଡିଟେଲଡ ଇମ୍ପାକ୍ଟ ଷ୍ଟଡି ପାଇଁ ଦାବି ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ସିଙ୍ଗରାଣୀ କମ୍ପାନୀର ନୈନି କୋଲ ବ୍ଳକ ପାଇଁ ICFRE କୁ ଏହାର ବିସ୍ତୃତ ପ୍ରଭାବ ଅନୁଧ୍ୟାନ କରିବାକୁ ଦାବି…
ରାସ୍ତା ଗିଳୁଛି ମୁଣ୍ଡ – ବର୍ଷେ ଭିତରେ ୨୫% ଦୁର୍ଘଟଣା ବୃଦ୍ଧି ଅନୁଗୁଳ – ବେପରୁଆ ଗାଡ଼ି ଚାଳନା ଏବଂ ସୁରକ୍ଷାକୁ ଅଣଦେଖା ଯୋଗୁ ରାଜ୍ୟରେ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି । ପ୍ରତି ବର୍ଷ ଦୁର୍ଘଟଣାରେ ପ୍ରାଣ ହରାଉଥିବା…