ନୁଆଁହତାରୁ ରନ୍ତଲେଇ ରାସ୍ତା ପାଇଁ ୫୭ କୋଟିର ଟେଣ୍ଡର

ଅନୁଗୁଳ – ଅନୁଗୁଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥ ନୁଆଁହତା ଠାରୁ ରନ୍ତଲେଇ ପର୍ଯ୍ୟନ୍ତ ରାସ୍ତା ର ବିକାଶ ତଥା ରାସ୍ତା ପାର୍ଶ୍ୱରେ ଅଲୋକୀକରଣ ପାଇଁ ୫୭କୋଟି ଟଙ୍କାର ଟେଣ୍ଡର ବୁଧବାର ଦିନ ଆହ୍ୱାନ କରାଯାଇଛି । ଉକ୍ତ ରାସ୍ତା ଅବସ୍ଥା ଖରାପ ଥିବାରୁ ବିଜେପି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ନିତିନ ଗଡ଼କରିଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ତେବେ ରାଜ୍ୟ ସରକାର ଏବଂ ପ୍ରଶାସନ ଏହାକୁ ନ କରାଇ ଦେବା ପାଇଁ ମସୁଧା ଚଲାଇ ଆସୁଥିଲା ବୋଲି ବିଜେପି ଅଭିଯୋଗ କରିଛି । ଏହି ରାସ୍ତା ଦେଇ ଯିବା ଆସିବା କରୁଥିବା ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ଫଳରେ ଉକ୍ତ ରାସ୍ତାର ଉର୍ଣ୍ଣତିକରଣ ସହ ରାସ୍ତା ପାର୍ଶ୍ୱରେ ଅଲୋକୀକରଣ ପାଇଁ ଆଜି (ବୁଧବାର) ୫୭କୋଟି ଟଙ୍କାର ଜାତୀୟ ରାଜପଥ ବିଭାଗ ତରଫରୁ ଟେଣ୍ଡର ଆହ୍ୱାନ କରାଯାଇଛି । ସଧାରଣ ଲୋକଙ୍କ ପାଇଁ କେନ୍ଦ୍ରମନ୍ତ୍ରୀଙ୍କର ଏଭଳି ପଦକ୍ଷେପକୁ ଅନୁଗୁଳ ଜିଲ୍ଲା ବିଜେପି ସ୍ୱାଗତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ନିତିନ ଗଡ଼କରିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଉକ୍ତ ରାସ୍ତାକୁ ଯୁଦ୍ଧ କାଳୀନ ଭିତରେ ୧୦ଦିନ ମଧ୍ୟରେ ଟେଣ୍ଡର ପ୍ରକ୍ରିୟା ସାରିବା ସହ ତିନିମାସ ମଧ୍ୟରେ କାର୍ଯ୍ୟ ଶେଷ ପାଇଁ ଟେଣ୍ଡରରେ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ବିଜେପି ସଭାପତି ଡିଲେଶ୍ୱର ପ୍ରଧାନ, ପ୍ରାକ୍ତନ ମନ୍ତ୍ରୀ ସଂଜୀବ ସାହୁ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା ଓ ପ୍ରତିମା ମିଶ୍ର ପ୍ରମୁଖ ଏକ ପ୍ରେସ ବାର୍ତା ମାଧ୍ୟମରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

What’s your Reaction?
+1
0
+1
1
+1
0
+1
0
+1
11
+1
2
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored