ଅପରାଧ ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ – ୪ ଗିରଫ , ଟଙ୍କା , ମୋଟରସାଇକେଲ ଓ ଜୁଆ ସାମଗ୍ରୀ ଜବତ Angul OnlineJune 4, 2022June 4, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପୁଲିସ ବିଲମ୍ବିତ ରାତିରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା । ଏହି ଚଢ଼ାଉ ବେଳେ କିଛି ଜୁଆଡି ଫେରାର ହୋଇ ଯାଇଥିବା ବେଳେ ୪ ଜଣ ଜୁଆଡ଼ିଙ୍କୁ ଗିରଫ କରିବାରେ ଛେଣ୍ଡିପଦା ପୁଲିସ ସକ୍ଷମ ହୋଇଥିଲା । ସୂଚନା ଅନୁସାରେ ନୂଆଁପଡା ଗାଁର ପେଟ୍ରୋଲ ଟାଙ୍କି ପଛ ପାଖରେ ଥିବା ଏକ ସ୍ଥାନରେ ଅନେକ ଦିନ ହେଲା ଜୁଆ ଆଡ୍ଡା ଚାଲିଥିବା ପୁଲିସ ସୂଚନା ପାଇଥିଲା । ଏହି ସୂଚନା ଅନୁସାରେ ଶୁକ୍ରବାର ବିଳମ୍ବିତ ରାତିରେ ଛେଣ୍ଡିପଦା ପୁଲିସ ସେହି ସ୍ଥାନରେ ସଦଳବଳେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ୬ ରୁ ୭ ଜଣ ଜୁଆଡ଼ି ଖସି ପଳାଇବାକୁ ସକ୍ଷମ ହୋଇଥିଲେ । ତେବେ ଘଟଣା ସ୍ଥଳରୁ ପୁଲିସ ୪ ଜଣଙ୍କୁ ଗିରଫ କରିଥିଲା । ଗିରଫ ଜୁଆଡ଼ି ମାନେ ହେଲେ ନୂଆପଡା ଗାଁର ଅନିଲ ମହାପାତ୍ର , ଛେଣ୍ଡିପଦା ବଜାରସାହିର ସୁବଳ ବେହେରା , କଇଥସାହିର ରତିକାନ୍ତ ମାଝୀ ଓ କେନ୍ଦ୍ରାପଡା ଜିଲ୍ଲା ଗୋଧନା ଗାଁର ଭାସ୍କର ରାଉତ । ଏହି ଚଢ଼ାଉ ବେଳେ ଜୁଆଡ଼ି ମାନେ ଛାଡି ଯାଇଥିବା ୮ ଟି ମୋଟରସାଇକେଲ , ତାସ , ୭ ହଜାର ୫ ଶହ ଟଙ୍କା ଓ ୩ ଟି ମୋବାଇଲ ଜବତ କରାଯାଇଛି । ପୁଲିସ ଆଜି ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି । Advertisement
ଏଟିମ ଭାଙ୍ଗି ଟଙ୍କା ଲୁଟ ଉଦ୍ୟମ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲାକୁ ପୁଣି ଥରେ ଏଟିଏମ ଲୁଟେରାଙ୍କ ଲୋଲୁପ ଦୃଷ୍ଟି ପଡିଛି । ଗତ ଦୁଇ ବର୍ଷ ତଳେ ବାରମ୍ବାର ଏଟିଏମ ଭାଙ୍ଗି ଲୁଟ…
ନାବାଳିକାଙ୍କ ସହ ଦୁଷ୍କର୍ମ ଅଭିଯୋଗରେ ଘର ମାଲିକ ଗିରଫ ଅନୁଗୁଳ – ଘରେ ଭଡ଼ାରେ ରହୁଥିବା ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଜଣେ ଘର ମାଲିକଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ…
ଜମିବାଡି ବିବାଦକୁ ନେଇ ହତ୍ୟାକାଣ୍ଡ କଣିହାଁ – ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ସଂସାମରା ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିବା ବେଳେ ଏଥିରେ ଜଣଙ୍କ ମୃତ୍ୟୁ ହୋଇଛି ।…