ରନ ଫର ଗ୍ଲୋରି , ରନ ଫର ମେମୋରୀ – ରବିବାର ସମସ୍ତ ସବ ଡିଭିଜନରେ ରାହଗିରି

ଅନୁଗୁଳ – ରନ ଫର ଗ୍ଲୋରି , ରନ ଫର ମେମୋରୀ । ୨୦୨୩ ରେ ଅନୁଗୁଳ ଜିଲ୍ଲାକୁ ୩୦ ବର୍ଷ ପୂର୍ତ୍ତି ହେବ । ଏହି ଉପଲକ୍ଷେ ଆଜି ଜିଲ୍ଲା ପ୍ରଶସନ ପକ୍ଷରୁ ଏକ ମିନି ମାରଥନ କରାଯାଇଥିଲା । ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରୁ ଅଲଗା ହୋଇ ୧୯୯୩ ମସିହା ଏପ୍ରିଲ ୧ ରେ ଅନୁଗୁଳ ସ୍ଵତନ୍ତ୍ର ଜିଲ୍ଲା ଭାବେ ମାନ୍ୟତା ପାଇଥିଲା । ଜିଲ୍ଲା ପୂର୍ତ୍ତିର ଉତ୍ସବ ଆରମ୍ଭ ହୋଇ ଯାଇଥିବା ବେଳେ ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇବାରେ ଲାଗିଛି। ଏହି ଉପଲକ୍ଷେ ମିନି ମାରାଥନ୍ ‘ରନ୍ ଫର୍ ଗ୍ଲୋରୀ, ରନ୍ ଫର୍ ମେମୋରୀ ‘ ଆଜି ସକାଳେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୪୦୦ ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ । କେବଳ ଯେ ଅନୁଗୁଳ ଜିଲ୍ଲାରୁ ନୁହେଁ , ଜିଲ୍ଲା ବାହାରର ମଧ୍ୟ ଯୁବପିଢୀ ଆଗ୍ରହ ଦେଖାଇ ଏହି ମାରଥାନରେ ସାମିଲ ହୋଇଥିଲେ । ଅନୁଗୁଳ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଏହି ମାରାଥନ ଆରମ୍ଭ ହୋଇ ଶିଶୁ ଉଦ୍ୟାନ ଛକ , ଥାନା ଛକ ଓ ବଜାର ଦେଇ ପୁଣି ଜଗନ୍ନାଥ ମନ୍ଦିର ନିକଟରେ ଶେଷ ହୋଇଥିଲା । ଏଭଳି ଏକ ମାରଥନରେ ଭାଗ ନେଇ ପ୍ରତିଯୋଗୀ ମାନେ ବେଶ ଖୁସି ଅନୁଭବ କରିଥିବା ବେଳେ ଓଡିଶା ବିଧାନ ସଭା ଉପ-ବାଚସ୍ପତି ରଜନୀକାନ୍ତ ସିଂହ , ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଅନୁଗୁଳ ଏସପି ଜଗମୋହନ ମିନା ,ଉପ ଜିଲ୍ଲାପାଳ ବୈତୁରା ଦୀପ , ଅନୁଗୁଳ ପୌରପାଳିକା ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ଆଦି ଅତିଥି ଭାବେ ଯୋଗ ଦେଇ କୃତି ପ୍ରୀତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ଓଲିଉଡ କଳାକାର ନାଭ୍ୟା ଓ ସାଥି କଳାକାର ମାନଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଗୀତ ର ତାଳେ ତାଳେ ଧୁମ୍ ମଚାଇ ଥିଲେ ଯୁବଗୋଷ୍ଠୀ । ତେବେ ସଭା ଶେଷ ବେଳକୁ ଅନୁଗୁଳ ଏସ ପି ଜଗ ମୋହନ ମୀନା ଦୁଇଟି ଘୋଷଣା କରିଥିଲେ । ଆସନ୍ତା ରବିବାର ଜିଲ୍ଲାର ପ୍ରତ୍ୟେକ ସବ ଡିଭିଜନରେ ରାହଗିରି ଅନୁଷ୍ଠିତ ହେବ ଏବଂ ହେଲଥ କ୍ୟାମ୍ପର ଆୟୋଜନ କରିବେ ବୋଲି ସେ ଘୋଷଣା କରିଥିଲେ ।

What’s your Reaction?
+1
0
+1
0
+1
0
+1
0
+1
3
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored