ଚଳଚ୍ଚିତ୍ର ଦେଖିଲେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ କର୍ମଚାରୀ

ଅନୁଗୁଳ – ଓଡ଼ିଆ ସିନେମା ଶିଳ୍ପରେ ନୂତନ ଅଧ୍ୟାୟ ସୃଷ୍ଟି କରିଛି ଫିଲ୍ମ ଦମନ । ସିନେମା ହଲରୁ ଦର୍ଶକ ମୁହଁ ଫେରାଉଥିବାବେଳେ ଏହି ଫିଲ୍ମ ଓଡିଶାରେ ଚହଳ ସୃଷ୍ଟି କରିଛି ।
ମାଲକାନଗିରି ଭଳି ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣରେ ସରକାରୀ ଅଧିକାରୀ, ଡାକ୍ତର ଏବଂ କର୍ମଚାରୀଙ୍କ ଅବଦାନକୁ ‘ଦମନ’ରେ ସ୍ଥାନିତ କରାଯାଇଛି, ଯାହା ଜାତୀୟ ସ୍ତରରେ ପ୍ରଶଂସା ସାଉଁଟୁଛି ।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଜିଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମାନଙ୍କ ପାଇଁ ଏହି ସିନେମା ପ୍ରଦର୍ଶନର ବ୍ୟବସ୍ଥା କାଣ୍ଡସର ସ୍ଥିତ ସିନେପ୍ଲେକ୍ସ ହଲରେ ଆୟୋଜନ କରାଯାଇଛି । ଜିଲ୍ଲାପାଳ ଶ୍ରୀଯୁକ୍ତ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ତ୍ରିଲୋଚନ ପ୍ରଧାନ, ମ୍ୟାଲେରିଆ ଅଧିକାରୀ ଡ଼ଃ ପୂର୍ଣ୍ଣିମା ଉଦଗାତା , ମ୍ୟାଲେରିଆ ରୋଗ ନିରାକରଣ ପରାମର୍ଶ ଦାତା ନିରୁପମା ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମଚାରୀ ବିଶେଷ କରି ମ୍ୟାଲେରିଆ ପ୍ରବଣ ଅଞ୍ଚଳରେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟ କର୍ମଚାରୀ , ଆଶାକର୍ମୀ ମାନଙ୍କ ଏହି ଚଳଚିତ୍ର ଦେଖିବା ବ୍ୟବସ୍ଥା ହୋଇଛି ।

What’s your Reaction?
+1
0
+1
0
+1
0
+1
0
+1
8
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored