ଏ ଚ ଆଇ ଭି ପୀଡ଼ିତଙ୍କ ସେବା ପାଇଁ ମେଡ଼ିକ୍‌ସ ପ୍ରତିଶୃତି ବଦ୍ଧ

ଅନୁଗୁଳ – ଅନୁଗୁଳୁ ଜିଲ୍ଲାରେ ଏଚ୍‌ ଆଇ ଭି ର ପ୍ରକୋପ ଦିନକୁ ଦିନ ବଢ଼ୁଥିବା ବେଳେ ମେଡ଼ିକ୍‌ ପକ୍ଷରୁ ଓସାକ୍‌ସ ସହାୟତାରେ ଏହାର ନିୟନ୍ତ୍ରଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଏହି ସବୁ କାର୍ଯ୍ୟ ମଧ୍ୟରେ ସଚେତନତା , ମାଗଣା କଣ୍ଡୋମ ବଣ୍ଟନ ଆଦି କାର୍ଯ୍ୟ ରହିଅଛି । ମେଡ଼ିକସ ଅନୁଗୁଳ ଜିଲ୍ଲାର ୮ ଟି ବ୍ଲକ୍‌ର ୪ଟି ବ୍ଲକ୍‌ରେ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି । ଜିଲ୍ଲାରେ ଥିବା ମୋଟ ୨୩୦୦ ଏଚ୍ ଆଇ ଭି ପଜିଟିଭ୍ ଙ୍କ ମଧ୍ୟରୁ ଅନୁଗୁଳ ବ୍ଲକରେ ୪୫୧ ଜଣ , ତାଳଚେରରେ ୪୩୬ ଜଣ , ବଅଁରପାଳରେ ୩୫୪ ଏବଂ ଛେଣ୍ଡିପଦାରେ ୧୮୫ ଜଣ ପଜେଟିଭ୍ ବ୍ୟକ୍ତି ରହିଛନ୍ତି । ସେଥି ମଧ୍ୟରୁ ୪୨ ଜଣ ଏଚ୍ ଆଇ ଭି ସଂକ୍ରମିତ ମେଡ଼ିକସ ପାଖରେ ପଞ୍ଜିକୃତ ହୋଇ ରହିଛନ୍ତି । ଏମାନଙ୍କ ପାଇଁ ମେଡ଼ିକ୍‌ସ ପାଖରେ ଜଣେ ମାତ୍ର କାଉନ୍‌ସିଲର୍‌ ଥିବାରୁ ସଚେତନତା କାର୍ଯ୍ୟକ୍ରମ ସ୍ବର୍ଗରୁ ରୂପେ ହୋଇପାରୁ ନାହିଁ । ମେଡ଼ିକ୍‌ସରେ ମୁଖ୍ୟତଃ କିନ୍ନର ୧୧୭୫ ଜଣ ଏବଂ ମହିଳା ଯୌନ କର୍ମୀ ୪୮୧ ଜଣଙ୍କ ପାଇଁ କାର୍ଯ୍ୟ କରିଆସୁଛି । କିନ୍ତୁ ଏଠାରେ ଥିବା ଅଧିକ ସଂଖ୍ୟକ କିନ୍ନର ଏବଂ ମହିଳା ଯୌନ କର୍ମୀଙ୍କ ପାଇଁ ଅଧିକ କାଉନ୍ସିଲର୍ ର ଆବଶ୍ୟକତା ରହିଛି । ଜିଲ୍ଲାରେ ଥିବା ପ୍ରାୟ ୩୦୦୦ କିନ୍ନରଙ୍କ ମଧ୍ୟରୁ ଆମେ ମାତ୍ର ୧୨୦୦ ଜଣଙ୍କୁ ପଞ୍ଜୀକୃତ କରିପାରିଛୁ । ଆହୁରି ୧୮୦୦ ଜଣଙ୍କୁ ପଞ୍ଜୀକୃତ କରାଯାଇପାରିନାହିଁ । ଏହି ପଞ୍ଜୀକୃତ କିନ୍ନର ଓ ମହିଳା ଯୌନ କର୍ମୀଙ୍କ ପାଇଁ ଔଷଧ , ଚିକିତ୍ସା ସୁବିଧା ସାଙ୍ଗକୁ ମଧୁବାବୁ ପେନ୍ସନରେ ଅନ୍ତର୍ଭୁକ୍ତ କରା ଯାଉଛି । ଜିଲ୍ଲାରେ ଏବେ ଅନେକ ଗୁଡ଼ିଏ ଖଣି କାର୍ଯ୍ୟକାରୀ ହେବା ସହ ଦ୍ରୁତ ଶିଳ୍ପାୟନ ପରିପ୍ରେକ୍ଷୀରେ ଅଧିକ ଟ୍ରକ ଚଳାଚଳର ଆବଶ୍ୟକତା ରହିଛି । ଏହାଦ୍ଵାରା ଏଚ୍ ଆଇ ଭି ଏଡ୍‌ସ୍‌ ର ସମ୍ଭାବନାକୁ ବଢାଇଦେଇ ପାରେ । ତେଣୁ ଜିଲ୍ଲାରେ ଅଧିକ ରକ୍ତ ପରୀକ୍ଷଣ କେନ୍ଦ୍ର ସାଙ୍ଗକୁ ଏନ୍‌ଜିଓ ମାନଙ୍କୁ ଅଧିକ ସହାୟତା ଯୋଗାଇ ଦେଲେ ଏଡ୍‌ସ୍ ନିୟନ୍ତ୍ରଣ କାର୍ଯ୍ୟ ତ୍ବରାନ୍ବିତ ହୋଇପାରିବ ।

What’s your Reaction?
+1
0
+1
0
+1
0
+1
0
+1
1
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored