ଗରିବ ଓ ନିଃସହାୟଙ୍କ ପାଇଁ ଦକ୍ଷାୟଣୀ ହେଲଥ କେୟାରରେ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା

ଅନୁଗୁଳ – ଅନୁଗୁଳ ସହର ଗାନ୍ଧିମାର୍ଗ ଅମଲାପଡା ନିକଟରେ ଅତ୍ୟାଧୁନିକ ଦକ୍ଷାୟଣୀ ହେଲଥ କେୟାର ଉଦଘାଟିତ ହୋଇ ଯାଇଛି । ଡା. ଦିଭେନ୍ଦୁ ପ୍ରସାଦ ସାହୁ ଓ ଡା. ଭକ୍ତି ପ୍ରସାଦ ସାହୁଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ହେଲଥ କେୟାର ମୁଖ୍ୟତଃ ଗରିବ , ନିଃସହାୟ ଲୋକଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବ । ମୁଖ୍ୟତଃ ଗରିବ ଓ ନିଃସହାୟ ରୋଗୀ ମାନେ ଏଠାରେ ନିଃଶୁଳ୍କ ଚେକଅପ କରିବା ସହିତ ଔଷଧ ଉପରେ ରିହାତି ପାଇ ପାରିବେ । ଏହା ସହ ଦିବ୍ୟାଙ୍ଗ ମାନେ ମଧ୍ୟ ନିଃଶୁଳ୍କ ଚିକିତ୍ସା ପାଇ ପାରିବେ । ଏହି ହେଲଥ କେୟାର ୩ ମାସରେ ଥରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆୱାରନେସ କ୍ୟାମ୍ପ ସହ ଫ୍ରି ହେଲଥ ଚେକଅପ ମଧ୍ୟ କରିବ ବୋଲି ଡ଼.ଦିଭେନ୍ଦୁ ପ୍ରସାଦ ସାହୁ କହିଛନ୍ତି । ଏହି ହେଲଥ କେୟାରର ଡାକ୍ତର ଭାବେ ଅନୁଗୁଳର ସୁନାମଧନ୍ୟ ମେଡ଼ିସିନ ବିଭାଗ ଡାକ୍ତର ଦୀପକ ଗଡନାୟକ , ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ସସ୍ମିତା ଦାସ ଓ ଅର୍ଥପେଡିକ ଡାକ୍ତର ଭାବେ KIIMS ର ଡାକ୍ତର ବିଜୟ କୁମାର ସାହୁ ରହି ଚିକିତ୍ସା ସୁବିଧା ଯୋଗାଇ ଦେବେ । ଏହି ହେଲଥ କେୟାରର ଉଦଘାଟନୀ ଉତ୍ସବରେ ଡ଼.ଦିଭେନ୍ଦୁ ପ୍ରସାଦ ସାହୁ ମା ଦ୍ରୌପଦୀ ସାହୁ ଉପସ୍ଥିତ ରହି ଏହାକୁ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅନୁଗୁଳର ବିଶିଷ୍ଟ ବ୍ୟବସାୟୀ ବିକ୍ରମ ସାହୁ ମଧ୍ୟ ଉପସ୍ଥିତ ଥିଲେ ।

What’s your Reaction?
+1
0
+1
0
+1
0
+1
1
+1
6
+1
1
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored