ସବୁଠି ପଥ ଉତ୍ସବ – ସବୁଠି ରାସ୍ତାରେ ମଉଜ

ଅନୁଗୁଳ – ଅନୁଗୁଳ ଜିଲ୍ଲା ତାର ଜିଲ୍ଲା ଗଠନର ୩୦ ବର୍ଷ ପୂର୍ତ୍ତି ପାଳୁଛି । ଏଥିପାଇଁ ଜିଲା ବ୍ୟାପି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅବସର ରେ ଆଜି ଜିଲାର ସମସ୍ତ ଉପଖଣ୍ଡରେ ରାହଗିରି ବା ପଥଉତ୍ସଵ ଆୟୋଜିତ ହୋଇଥିଲା ।ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଠାରୁ ବିଇଡି କଲେଜ ପର୍ଯ୍ୟନ୍ତ ରାସ୍ତା ରେ ଦେଖିବାକୁ ମିଳିଥଲା ବିଭିନ୍ନ କଳା ପ୍ରତିଭା ।ସେହିପରି ଜିଲାର ତାଳଚେର ,ପାଲଲହଡା ଓ ଆଠମଲ୍ଲିକ ଉପ ଖଣ୍ଡରେ ମଧ୍ୟ ଉତ୍ସବକୁ ବେଶ ଉତ୍ସାହ ସହକାରେ ପାଳନ କରାଯାଇଥିଲା । ଯୋଗ ଠାରୁ ଆରମ୍ବ କରି ଡ୍ୟାନ୍ସ , ଜୁମ୍ବା ଡ୍ୟାନ୍ସ , କରାଟେ ଭଳି ବିଭିନ୍ନ କଳା ପ୍ରତିଭା ଦେଖିବାକୁ ମିଳିଥିଲା । ପଥଉତ୍ସବରେ ପୁରା ତିନି ଘଣ୍ଟା କାଳ ରାସ୍ତାକୁ ନିଜ କବ୍ଜାକୁ ନେଇ ଥିଲେ ଅନୁଗୁଳ ସହର ବାସୀ । ଧୁଡୁକି ବାଦ୍ୟ ଠାରୁ ଆରମ୍ଭ କରି ମହିମା ଧର୍ମି ଖଞ୍ଜଣି ସଙ୍ଗୀତ ପରିବେଷଣ , କେନ୍ଦରା ବାଦ୍ୟ , ଗୀତ , ନାଚ ଆଦିରେ ଝୁମି ଉଠିଥିଲେ ସହର ବାସୀ । ଶୀତୁଆ ସକାଳରେ ଏହି ପଥଉତ୍ସବକୁ ମନ ଭର ଉପଭୋଗ କରିଥିଲେ ସମସ୍ତେ । ଛୁଆ ଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ଏହାର ମଜା ନେଇଥିଲେ ।

What’s your Reaction?
+1
0
+1
0
+1
0
+1
0
+1
1
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored