ଅନୁଗୁଳ – ଅନୁଗୁଳ ଜିଲ୍ଲା କ୍ରିକେଟ ଆସୋସିଏସନରେ ବିବାଦ ଦେଖା ଦେଇଛି । ଆସୋସିଏସନର କିଛି ବରିଷ୍ଠ କର୍ମକର୍ତ୍ତା ସେଠାରେ ମନମୁଖୀ କାର୍ଯ୍ୟ ଚଳାଇଥିବା ଅଭିଯୋଗ ହୋଇଛି । ଏହା ସହ ଚଳିତ ବାରବାଟୀରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ୨୦-୨୦ କ୍ରିକେଟ ମ୍ୟାଚ ପାଇଁ ଅନୁଗୁଳ କ୍ରିକେଟ ଆସୋସିଏସନକୁ ଆସିଥିବା ପାସ ବଣ୍ଟନକୁ ନେଇ ଅସନ୍ତୁଷ୍ଟ ହୋଇ ସଂଘର କୋଷାଧ୍ୟକ୍ଷ ରଞ୍ଜନ କୁମାର ଧୀରସାମନ୍ତ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ତାଙ୍କ କହିବା କଥା ସଂଘର କିଛି ବରିଷ୍ଠ କର୍ମକର୍ତ୍ତା ମନମୁଖୀ କାର୍ଯ୍ୟ ଚଳାଇ ଆସୁଛନ୍ତି । ଆସୋସିଏସନର ଉନ୍ନତି ମୂଳକ କାର୍ଯ୍ୟ ହେଉ କିମ୍ବା ଅନ୍ୟ କୌଣସି କାର୍ଯ୍ୟ ହେଉ , ସବୁଥିରେ ନିଜକୁ ସୁହାଇଲା ଭଳି କାରଜ୍ତୀ କରୁଛନ୍ତି ଯାହାକୁ ନେଇ ସେ ଅନେକ ଦିନ ହେଲା ଅସନ୍ତୁଷ୍ଟ ଥିଲେ । ଆଉ ଏବେ ବାରବାଟୀରେ ହେବାକୁ ଥିବା କ୍ରିକେଟ ମ୍ୟାଚ ପାଇଁ ଆସୋସିଏସନକୁ ଆସିଥିବା ପାସ ବାବଦରେ ତାଙ୍କୁ କିଛି ଜଣା ଗଲା ନାହିଁ । କୋଷାଧ୍ୟକ୍ଷ ହୋଇ ସେ , ବାରବାଟୀ ମ୍ୟାଚ ପାଇଁ କେତେ ପାସ ଆସିଥିଲା ଏବଂ ସେସବୁ କେଉଁ ମାନଙ୍କୁ ଦିଆଗଲା ସେ ଜାଣି ପାରିଲେ ନାହିଁ । ମୁଖ୍ୟତଃ ସଂଘର ସଭାପତି ଓ ସମ୍ପାଦକ ତାଙ୍କୁ ଏ ବିଷୟରେ ନ ଜଣାଇବାରୁ ସେ ଅସନ୍ତୁଷ୍ଟ ହୋଇ ଇସ୍ତଫା ଖବର ସମ୍ପାଦକ ସାଗର ନାଥ ମିଶ୍ରଙ୍କ ପାଖକୁ ପଠାଇଥିବା ଜଣାଇଛନ୍ତି ।
What’s your Reaction?
+1
1
+1
+1
2
+1
+1
7
+1
+1
2