ଷାଠିଏ ଦିନ ଭିତରେ ରେଜିଷ୍ଟ୍ରେସନ ସାର – ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ପ୍ରଥମ ଜିଲ୍ଲା ଗସ୍ତ ବେଳେ ନିର୍ଦେଶ

ଅନୁଗୁଳ – ଅନୁଗୁଳ ସର୍କିଟହାଉସ କନଫ୍ରେନସ ହଲ ଠାରେ ରାଜ୍ୟ ସରକାରଙ୍କ ଜନହିତକାରୀ ଯୋଜନା ଶ୍ରମ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ମାନ୍ୟବର ଓଡିଶା ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇ ଶ୍ରମ ବିଭାଗର ପ୍ରମୁଖ ଶାସନ ସଚିବ , ଶ୍ରମ ବିଭାଗ କମିଶନର ଓ ଅନୁଗୁଳ , ଢେଙ୍କାନାଳ ଦୁଇ ଗୋଟି ଜିଲ୍ଲାର ସମସ୍ତ ଶ୍ରମ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ବୈଠକରେ ଶ୍ରମ ବିଭାଗର ବିଭିନ୍ନ ଯୋଜନା ଉପରେ ଆଲୋଚନା କରା ଯାଇଥିଲା । 5 T ଅଧାରରେ ନୂଆଁ ଆରମ୍ଭ ହୋଇଥିବା ଯୋଜନା ରେ ଶ୍ରମିକ ମାନଙ୍କ ରେଜିଷ୍ଟ୍ରେସନ ଉପରେ ଗୁରୁତ୍ଵ ଦିଆ ଯାଇଥିଲା । ପୂର୍ବରୁ କେତେ ଶ୍ରମିକଙ୍କ ଶ୍ରମିକ କାର୍ଡ ପାଇଁ ରେଜିଷ୍ଟ୍ରେସନ ହୋଇଥିଲା ଆଉ କେତେ ବାକି ଅଛି ତାହାର ତର୍ଜମା କରିବା ସାହ ମନ୍ତ୍ରୀ ୬୦ ଦିନ ଭିତରେ ଅନଲାଇନରେ ସମସ୍ତ ବାକି ଥିବା ରେଜିଷ୍ଟ୍ରେସନ ସାରିବାକୁ ନିର୍ଦେଶ ଦେଇଥିଲେ ମନ୍ତ୍ରୀ ମନ୍ତ୍ରୀଙ୍କର ମନ୍ତ୍ରୀ ହେବା ପରେ ଅନୁଗୁଳ ଜିଲ୍ଲାକୁ ପ୍ରଥମ ଗସ୍ତ ହୋଇଥିବା ବେଳେ ଏହି ବୈଠକରେ ଉପ ବାଚସ୍ପତି ବିଧାନସଭା ରଜନୀକାନ୍ତ ସିଂହ , ସାଂସଦ ଢେଙ୍କାନାଳ ମହେଶ ସାହୁ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ , ଆଠମଲ୍ଲିକ ବିଧାୟକ ରମେଶ ସାଏ  , ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ , ଶ୍ରମ କମିଶନର ଡକ୍ଟର ଏନ. ତିରୁମାଲା ନାଏକ ଆଦି ଉପସ୍ଥିତ ଥିଲେ ।

Advertisement

Leave a Reply

Your email address will not be published. Required fields are marked *