ଆଞ୍ଚଳିକ ଜଣେ ଲୋକ ଏକ ଘଣ୍ଟା ଅଟକାଇଲେ ଟ୍ରେନ Angul OnlineJune 16, 2022June 16, 2022 ନାଲକୋନଗର – ଅନୁଗୁଳ ଜିଲ୍ଲା ନାଲକୋ ଦ୍ୱାରା ଜମି ହରା କ୍ଷତିଗ୍ରସ୍ତଙ୍କୁ ସରକାରୀ ନିୟମ ଅନୁଯାୟୀ ଥଇଥାନ ଓ କମ୍ପାନୀରେ ନିଯୁକ୍ତି ଦାବି କରି ଆଜି ଜଣେ ଲୋକ ରେଳ ରୋକ ଆନ୍ଦୋଳନ କରିଥିଲେ । ଆଉ ତାଙ୍କ ଆନ୍ଦୋଳନ ଫଳରେ ନାଲକୋର ଟ୍ରେନ ପ୍ରାୟ ଏକ ଘଣ୍ଟା ଧରି ବନ୍ଦ ହୋଇ ରହିଥିଲା । ସୂଚନା ଅନୁସାରେ , ବଳରାମ ପ୍ରସାଦ କଇଁ ଫୁଲିଆ ସାହିର ବିରଞ୍ଚି ସାହୁଙ୍କ ଜମି ନାଲକୋ ଅଧିଗ୍ରହଣ କରିଛି । ମାତ୍ର ତାଙ୍କ ପରିବାରର କାହାରିକୁ ନାଲକୋରେ ନିଯୁକ୍ତି ମିଳି ନାହିଁ । ନିଯୁକ୍ତି ପାଇଁ ବିରଞ୍ଚି ଜିଲ୍ଲା ପ୍ରଶାସନ ନିକଟରେ ଅନେକ ଥର ଦାବି ଆପତ୍ତି କରିଛନ୍ତି । ପ୍ରସାଶନ ପକ୍ଷରୁ ତାଙ୍କୁ ନାଲକୋରେ ନିଯୁକ୍ତି ଦେବା ପାଇଁ ନାଲକୋକୁ ନିର୍ଦେଶ ଥିଲେ ମଧ୍ୟ ନାଲକୋ କତ୍ତୃପକ୍ଷ କିଛି ଶୁଣୁ ନାହାନ୍ତି ବୋଲି ବିରାଞ୍ଚି ଅଭିଯୋଗ କରିଛନ୍ତି । ନିରୁପାୟ ହୋଇ ବିରଞ୍ଚି ଗୁରୁବାର ସକାଳ ୮ ଘଣ୍ଟିକାରେ ନାଲକୋ ନିଜସ୍ୱ ରେଳ ଲାଇନ ଭାଲୁଧରି ଗାଁ ନିକଟରେ ରେଳରୋକ କରିଥିଲେ । ନାଲକୋ ପ୍ରଶାସନିକ ଅଧିକାରୀ ଏବଂ ନାଲକୋ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା ପରେ ତାଙ୍କୁ ଧାରଣରୁ ଉଠାଇ ଥିଲେ । ନିଯୁକ୍ତି ପାଇଁ ଆବଶ୍ୟକ ସାର୍ଟିଫିକେଟ ଦାଖଲ କରିବା ପରେ ଯଥା ସମ୍ଭବ ନାଲକୋରେ ନିଯୁକ୍ତି ଦିଆଯିବ ବୋଲି ନାଲକୋ କତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । Advertisement
ସ୍ୱାସ୍ଥ୍ୟ ଠିକା କର୍ମଚାରୀ କରିବେ ଆନ୍ଦୋଳନ ଅନୁଗୁଳ – ଅନୁଗୁଳ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ସଦଭାବନା ଗୃହ ଠାରେ ଓଡିଶା ସ୍ବାସ୍ଥ୍ୟ ଠିକା କର୍ମଚାରି ସଂଘ ଅନୁଗୁଳ ଶାଖାର ସାଧାରଣ ପରିଷଦ ବୈଠକ…
ନନ୍ଦନକାନରୁ ଆସିଲେ ମହାନଦୀକୁ ଗଲେ – ଘଡିଆଳ ବଂଶ ବୃଦ୍ଧିପାଇନ ଆଉ ଏକ ପ୍ରୟାସ ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆରେ ଗଣ୍ଡରେ ଘଡ଼ିଆଳଙ୍କ ବଂଶ ବିସ୍ତାର ସହ କିପରି ଏହି ବିଲୁପ୍ତ ପ୍ରାୟ ଜୀବର ପୁନର୍ବିନ୍ୟାସ ହେବ ସେ ନେଇ ପୁଣି…
ସ୍କୁଲ ପରିସରରୁ ୬ ଫୁଟର ଅଜଗର ସାପ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ଓ.ପି ଜିନ୍ଦଲ ସ୍କୁଲରୁ ୬ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର ହୋଇଛି । ଓ.ପି…