ଅଜଣା ଗାଡି ଧକ୍କାରେ ଜଣେ ମୃତ, ତିନି ଗୁରୁତର

ଅଜଣା ଗାଡି ଧକ୍କାରେ ଜଣେ ମୃତ, ତିନି ଗୁରୁତର

ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ମେଡିକାଲ ନିକଟସ୍ଥ ୧୪୯ ନଂ ଜାତୀୟ ରାଜପଥରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପରିବାରର ତିନିଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ମୋଟଙ୍ଗା ଥାନା ସୁରଭି ଗ୍ରାମର ସଂସାରୀ ପେଣ୍ଠୋଇ ଓ ସ୍ତ୍ରୀ ରିଲି ପେଣ୍ଠୋଇ ଦୁଇ ପୁଅକୁ ଧରି ଶ୍ୱଶୁର ଘରୁ  ଗ୍ରାମକୁ ଫେରୁଥିଲେ ବଅଁରପାଳ ମେଡିକାଲ ସମ୍ମୁଖ ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ରିଲିଙ୍କ ଉପରେ ଚଢି ଯାଇଥିଲା । ରାସ୍ତାଘାଟ ଶୂନଶାନ ଥିବାରୁ ଧକ୍କା ଦେଇ ଗାଡିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । କିଛି ସମୟ ପରେ ସ୍ଥାନୀୟ ଲୋକ ପହଁଞ୍ଚିବା ପରେ ଆହତ ମାନଙ୍କୁ ବଅଁରପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସମସ୍ତେ ଗୁରୁତର ଥିବାରୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯାଇଛି । ସେଠାରେ ଡାକ୍ତର ରିଲିଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ବଅଁରପାଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
4

Leave a Reply