ମୁଖ୍ୟ ଖବର ଜାଲି ପିଇଟି ଶିକ୍ଷକଙ୍କ ସଂଖ୍ୟା ବଢୁଛି – ଉଚ୍ଚ ସ୍ତରୀୟ ତଦନ୍ତ ଆବଶ୍ୟକ Angul OnlineJuly 8, 2022July 8, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ନକଲି ପିଇଟି ଶିକ୍ଷକଙ୍କ ସଂଖ୍ୟା କେବଳ ଯେ ୧୦ ତା ନୁହେଁ । ଏହାର ସଂଖ୍ୟା ଅଧିକ ରହିଛି । ଗତକାଲି ୧୦ ଜଣ ପିଇଟି ଶିକ୍ଷକ ଜାଲ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ସାହୁ ଥାନାରେ ଅଭିଯୋଗ କରିଥିଲେ । ତେବେ ଏହି ୧୦ ଜଣ ବାଦ ଆଉ ଦୁଇ ଜଣ ପିଇଟି ଓ ୩ ଜଣ ପ୍ରାଇମେରୀ ଶିକ୍ଷକ ମଧ୍ୟ ଜାଲିଆତି କରିଥିବା ଜଣା ପଡିଛି ବୋଲି ଜିଲ୍ଲା ଶିକ୍ଷାଧିକାରୀ କରିଛନ୍ତି । ଏ ନେଇ ଅଧିକ ତଦନ୍ତ ଜାରି ରହିଛି । ଜାଲ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଶିକ୍ଷକଙ୍କ ସଂଖ୍ୟା ଆହୁରି ଅଧିକ ଥିବା ବୋଲି ଆଶା କରା ଯାଉଛି । ତେବେ ଏତେ ସଂଖ୍ୟାରେ ଜାଲ ସାର୍ଟିଫିକେଟ କେଉଁଠୁ ଆସିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଶ୍ଵସ୍ତ ସୂତ୍ରରୁ ଜଣା ପଡିଛି ଯେ ଢେଙ୍କାନାଳ ଜିଲ୍ଲାର ଜଣେ ବ୍ୟକ୍ତି ମୋଟା ଅଙ୍କର ଟଙ୍କା ନେଇ ଏହି ସବୁ ନକଲି କାଗଜପତ୍ର ତିଆରି କରି ଦେଇଛନ୍ତି । ତେବେ ଏ ସମ୍ପର୍କରେ ପୁଲିସ କିମ୍ବା ଉଚ୍ଚ ସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି । ଅଧିକ ତଦନ୍ତ କରି ଜାଲ କାଗଜପତ୍ର ତିଆରି କରିଥିବା ବ୍ୟକ୍ତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । Advertisement
ପେଟ୍ରୋଲରେ ଅପମିଶ୍ରଣ ଅଭିଯୋଗ ଅନୁଗୁଳ -(AO)- ଅନୁଗୁଳ ଜିଲ୍ଲା ସଦରମହକୁମାର ଏକ ପେଟ୍ରୋଲ ପମ୍ପର ପେଟ୍ରୋଲରେ ଅପମିଶ୍ରଣ ହେଉଥିବା ଅଭିଯୋଗ ହେବା ସହ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ଦେଖା…
ରାଜପଥ ଦୂରାବସ୍ଥା ପାଇଁ ପ୍ରତିବାଦ – ଚାରି ଘଣ୍ଟା ଧରି ଜାତୀୟ ରାଜପଥ ବନ୍ଦ ଅନୁଗୁଳ – କଟକରୁ ସମ୍ବଲପୁର ସଂଯୋଗ କରିଛି ଜାତୀୟ ରାଜପଥ ୫୫ । ଏହି ରାଜପଥ ଉପରେ ଦୈନଦିନ ଲକ୍ଷାଧିକ ଲୋକ ନିର୍ଭର କରନ୍ତି । ହେଲେ…
ବସ ପଛରେ ବାଡେଇ ହୋଇ ଦୁଇ ମୃତ ପାଲଲହଡା – ଅନୁଗୁଳ ଜିଲ୍ଲାରେ ସଡକ ଦୁର୍ଘଟଣାରେ ପୁଣି ଦୁଇ ଜଣଙ୍କ ଜୀବନ ଯାଇଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଖମାର ଥାନା ଖେମଳା ନିକଟରେ…