ଟ୍ରକରୁ ଲୁହା ଛଡ ଚୋରୀ ଅଭିଯୋଗରେ ୪ ଗିରଫ – ଟ୍ରକ , ପିକଅପ ଭ୍ୟାନ

ଟ୍ରକରୁ ଲୁହା ଛଡ ଚୋରୀ ଅଭିଯୋଗରେ ୪ ଗିରଫ – ଟ୍ରକ , ପିକଅପ ଭ୍ୟାନ

ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ମରାତିରା ନିକଟରୁ ଏକ ଲୁହା ଛଡ ବୋଝେଇ ଟ୍ରକରୁ ଛଡ ଚୋରୀ ଅଭିଯୋଗରେ ପୁଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଗୋଟିଏ ଟ୍ରକ , ଗୋଟିଏ ପିକଅପ ଭ୍ୟାନ ଓ ଲୁହା ଛଡ ଜବତ କରିଛି ସୂଚନା ଅନୁସାରେ ଜାତୀୟ ରାଜପଥ ୫୫ ର ମରାତିରା ଠାରେ ଥିବା ଏକ ଢାବା ନିକଟରୁ ଟ୍ରକରୁ ଲୁହା ଛଡ ଚୋରୀ ହେଉଥିବା ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଜରପଡା ପୁଲିସ ସଦଳବଲେ ଚଢାଉ କରିଥିଲା । ଚଢାଉ ବେଳେ ସେଠାରେ ଓଡ଼ି୦୫ ଏଏସ ୫୨୮୯ ରେଜିଷ୍ଟ୍ରେଶନ ଥିବା ଏକ ଟ୍ରକରୁ ୩ ରୁ ୪ ଜଣ ବ୍ୟକ୍ତି ଲୁହାଛଡ ନେଇ ଏକ ପିକଅପ ଭ୍ୟାନରେ ଲୋଡ କରୁଥିବା ପୁଲିସ ଦେଖିବାକୁ ପାଇଥିଲା । ତୁରନ୍ତ ପୁଲିସ ସେମାନଙ୍କୁ ଧରିବାକୁ ଚେଷ୍ଟା କରିବା ବେଳେ ଦୁଇଜଣ ପିକଅପ ଭ୍ୟାନ ନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ତେବେ ସେଠାରେ ଥିବା ଲୁହା ଛଡ ବୋଝେଇ ଟ୍ରକକୁ ଧରିବା ସହ ଦୁଇଜଣଙ୍କୁ ଧରିବାରେ ସଫଳ ହୋଇଥିଲା । ଏହା ସହ ଫେରାର ହେଇଯାଉଥିବା ପିକଅପ ଭ୍ୟାନକୁ ପୁଲିସ ଗୋଡାଇ ଧରିବାକୁ ଚେଷ୍ଟା କରିଥିଲା । ଏବଂ ବନ୍ତଳା ପୁଲିସ ସହାୟତାରେ ଧୂକୁଟା ବନଦୂର୍ଗା ମନ୍ଦିର ନିକଟରେ ତାକୁ ଧରିବାରେ ସଫଳ ମଧ୍ୟ ହୋଇଥିଲା । ତେବେ ସେମାନଙ୍କ ନିକଟରେ ଆବଶ୍ୟକୀୟ କାଗଜପତ୍ର ନଥିବାରୁ ସେମାନଙ୍କୁ ଆଣି ପଚରାଉଚୁରା କରିଥିଲା ପୁଲିସ ପଚରାଉଚୁରା ବେଳେ ସେମାନେ ଟ୍ରକରୁ ୩.୫ କୁଇଣ୍ଟାଲର ୫ ଟି ବଣ୍ଡଲ ଲୁହାଛଡ ଚୋରୀ କରୁଥିବା ମାନି ଯାଇଥିଲେ ପୁଲିସ ୩.୫ କୁଇଣ୍ଟାଲ ଛଡ ଜବତ କରିବା ସହ ଓଡ଼ି୦୫ଏଏକ୍ସ ୯୨୧୮ ରେଜିଷ୍ଟ୍ରେଶନ ଥିବା ପିକଅପ ଭ୍ୟାଙ୍କୁ ମଧ୍ୟ ଜବତ କରିଥିଲା ତେବେ ଏହି ଘଟଣାରେ ଟ୍ରକର ଡ୍ରାଇଭର ଓ ଖଲାସିକୁ ପଚରାଉଚୁରା ବେଳେ ପୁଲିସ ପ୍ରକୃତ ଘଟଣା ଜାଣିବାକୁ ପାଇଥିଲା ଏହି ଟ୍ରକର ଡ୍ରାଇଭର ଢେଙ୍କାନାଳ ଜିଲା ଇନ୍ଦିପୁର ଗାଁର କୁଞ୍ଜ ବିହାରୀ ବେହେରା ଓ ହେଲପର ଢେଙ୍କାନାଳ ଜିଲା ଗୋବିନ୍ଦପ୍ରସାଦ ଗାଁର କମଳକାନ୍ତ ଜେନା ମଧ୍ୟ ଏହି ଅପରାଧରେ ସମ୍ପୃକ୍ତ ଥିବା ଜାଣିବାକୁ ମିଳିଥିଲା ଏକ ଘରୋଇ କମ୍ପାନୀରୁ ଲୁହା ଛଡ ନେଇ ଆସିଥିବା ଏହି ଟ୍ରକର ଡ୍ରାଇଭର ଓ ହେଲପର ପୂର୍ବରୁ ପିକଅପ ଭ୍ୟାନର ଡ୍ରାଇଭର ଢେଙ୍କାନାଳ ଜିଲା ଗଣ୍ଡାନାଳୀ ଗାଁର ଶଶିକାନ୍ତ ସାହୁ ଓ ଏହାର ହେଲପର ସେହି ଗଣ୍ଡାନାଳୀ ଗାଁର ରାଜେନ୍ଦ୍ର ସ୍ଵାଇଁ ସହ ମିଶି ଗାଡିରୁ ଲୁହା ଛଡ ନେଇ ଯିବା ପାଇଁ ଯୋଜନା କରିଥିଲେ ଆଉ ଯୋଜନା ଅନୁସାରେ ଘରୋଇ କମ୍ପାନୀରୁ ଟ୍ରକ ବାହାରିବା ପରେ ଢାବା ନିକଟ ନିକାଞ୍ଚନ ଜାଗାରେ ଗାଡିକୁ ଛିଡା କରି ଲୁହା ଛଡ ଚୋରୀ କରୁଥିଲେ । ଜରପଡା ପୁଲିସ ଏହି ଘଟଣାରେ ଟ୍ରକର ଡ୍ରାଇଭର କୁଞ୍ଜ ବିହାରୀ ବେହେରା ଓ ହେଲପର ଗାଁର କମଳକାନ୍ତ ଜେନା , ପିକଅପ ଭ୍ୟାନର ଡ୍ରାଇଭର ଶଶିକାନ୍ତ ସାହୁ ଓ ହେଲପର ରାଜେନ୍ଦ୍ର ସ୍ଵାଇଁଙ୍କୁ ଗିରଫ କରିବା ସହ ଟ୍ରକ , ପିକଅପ ଭ୍ୟାନ ଓ ୩.୫ କୁଇଣ୍ଟାଲ ଛଡ ଜବତ କରିଛି ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରା ଯାଇଛି

What’s your Reaction?
+1
0
+1
0
+1
0
+1
0
+1
1
+1
1
+1
0

Leave a Reply