ଚୁମ୍ବକୀୟ ମଣିଷ – ଦେହରେ ଲାଗି ରହୁଛି ଲୁହା

ତାଳଚେର – କରୋନା ଟିକା ନେବା ପରେ ଶରୀରରେ ଚୁମ୍ବକୀୟ ଶକ୍ତି ବଢିଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଭିଡିଓ ଭାଇରାଲ ପରେ ଏବେ ଅନୁଗୁଳ ଜିଲ୍ଲାରେ ମଧ୍ୟ ଏଭଳି ଏକ ଘଟଣା ସାମନାକୁ ଆସିଛି ଅନୁଗୁଳ ଜିଲା ତାଳଚେର ରାମଚନ୍ଦ୍ର ବଜାରରେ ସରୋଜ (ବାବୁଲି) ମହାରଣା ନାମକ ଜଣେ ବ୍ୟକ୍ତି ଇଲୋଟ୍ରୋନିକସ ଜିନିଷ ମରାମତି ଦୋକାନ ଦେଇଛନ୍ତି । ସେ ଏପ୍ରିଲ ମାସ ୮ ତାରିଖରେ କରୋନା ଟିକା ନେଇଥିଲେ । ଗତକାଲି ବିଭିନ୍ନ ସ୍ଥାନରେ ଟିକା ନେବାପରେ ଦେହରେ ଚୁମ୍ବକୀୟ ଶକ୍ତି ହେଉଥିବା ଭିଡିଓ ଭାଇରାଲ ଓ ଖବର ପ୍ରସାରଣ ପରେ ସେ ପରୀକ୍ଷା ମୂଳକ ଭାବେ ନିଜ ଦେହରେ ଲୁହା ସାମଗ୍ରୀ ଲଗାଇଥିଲେ । ଆଉ ଆଶ୍ଚର୍ଯ୍ୟର ବିଷୟ ଯେ ସେହି ଲୁହାରେ ତିଆରି ସ୍କ୍ରୁ ଡ୍ରାଇଭର , ପ୍ଲାସ ,ଚିମୁଟା ଆଦି ଲାଗି ରହିଥିଲା । ସଙ୍ଗେ ସଙ୍ଗେ ଏହି ଖବର ଶୁଣି ବହୁ ଲୋକ ଘଟଣା ଦେଖିବାକୁ ଆସିବା ସହ ପରୀକ୍ଷା କରିଥିଲେ । ଆଉ ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହା ଏକ ଅଜବ ଘଟଣା ହୋଇଥିବା ବେଳେ ତାଳଚେର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏଭଳି ଚୁମ୍ବକୀୟ ପରିସ୍ଥିତି କାହିକି ସୃଷ୍ଟି ହୋଇଛି ତାହା ଜଣା ପଡି ନାହିଁ ସେ ଆଜି ଡାକ୍ତରଖାନା ଯାଇ ଡାକ୍ତରଙ୍କ ପରାମର୍ଶ ନେଇଥିବା ଜଣା ପଡିଛି ତେବେ ତାଙ୍କର ଅନ୍ୟ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନଥିବା ସେ କହିଛନ୍ତି

What’s your Reaction?
+1
0
+1
0
+1
0
+1
0
+1
1
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored