ଅପରାଧ ଚାକିରି ଦେବା ନାଁରେ ଟଙ୍କା ଠକେଇ ଅଭିଯୋଗ – ୨ ଗିରଫ Angul OnlineJuly 20, 2022July 20, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ଚାକିରି ଦେବାକୁ କହି ୪୩ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଦୁଇ ଜଣ ହେଲେ ଭୁବନେଶ୍ବରର ରାଫିଉଦିନ ଖାନ ଏବଂ ଅନୁଗୁଳ ମହୀଧରପୁରର ରାଜେଶ ନାୟକ ବୋଲି ଜଣା ପଡିଛି । ସୂଚନା ଅନୁସାରେ ବଅଁରପାଳ ଥାନା ଗୋତମରା ଗାଁର ନିରଞ୍ଜନ ବରାହ ନାମକ ଜଣେ ବ୍ୟକ୍ତି ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ , ଅନୁଗୁଳ ମହୀଧରପୁରର ରାଜେଶ ନାଏକଙ୍କ ମଧ୍ୟସ୍ତତାରେ ଭୁବନେଶ୍ବରର ରାଫିଉଦିନ ଖାନ ତାଙ୍କ ପୁଅ ବିଶ୍ଵଜିତ ବରାହଙ୍କ ସହ ୩ ଜଣଙ୍କୁ ରେଲୱେର ଗ୍ରୁପ ସି ଏବଂ ଗ୍ରୁପ ଡ଼ିରେ ଚାକିରି କରାଇ ଦେବାକୁ କହି ବିଭିନ୍ନ ସମୟରେ ଟଙ୍କା ନେଇଥିଲା । ଏପରିକି ସେ କଲିକତା ନେଇ ମେଡିକାଲ ଟେଷ୍ଟ କରାଇବା ସହ ଏକ ସ୍ଥାନରେ ସମସ୍ତଙ୍କୁ ତାଲିମ ମଧ୍ୟ ଦେବା ସହ ଟ୍ରେନିଂ ଲେଟର ମଧ୍ୟ ଦେଇଥିଲା । ତାଲିମ ସାରିବା ପରେ ଜଏନିଙ୍ଗ ଲେଟର ପାଇଁ ଅଧିକ ଟଙ୍କା ମାଗିବାରୁ ରାଫିଉଦିନର ଆକାଉଣ୍ଟରେ ୪ ଲକ୍ଷ ୫୦ ହଜାର ଟଙ୍କା ଦିଆ ଯାଇଥିଲା । ଏହିଭଳି ଭାବରେ ରାଫିଉଦିନ ୧୫ ଜଣ ପିଲାଙ୍କ ଠାରୁ ବିଭିନ୍ନ ସମୟରେ ନା ନା ବାହାନା କରି ୪୩ ଲକ୍ଷ ଟଙ୍କା ନେଇଥିଲା । ହେଲେ ଏହା ପରେ କିଛିଦିନ ପରେ ବିଭିନ୍ନ ସ୍ଥାନରେ ଚାକିରି ହୋଇଯାଇଥିବା କହି ଧାନବାଦ , ଖଡଗପୁର ଏବଂ ବର୍ଦ୍ଧମାନ ପଠାଇଥିଲା । ଏପରିକି ସମସ୍ତଙ୍କୁ ନକଲି ଜଏନିଙ୍ଗ ଲେଟର , ମେଡିକାଲ ଟେଷ୍ଟ ପେପର , ଆଇ କାର୍ଡ ଆଦି ପଠାଇଥିଲା । କିନ୍ତୁ ଚାକିରି କରିବାକୁ ବିଭିନ୍ନ ସ୍ଥାନକୁ ଯାଇଥିବା ପିଲା ଚାକିରି ନ ପାଇ ଘରକୁ ଫେରି ଆସିଥିଲେ । ଆଉ ଠକ ହାବୁଡରେ ପଡିଥିବା ସନ୍ଦେହ କରି ଟଙ୍କା ଫେରସ୍ତ ମାଗିଥିଲେ । ହେଲେ ଟଙ୍କା ଫେରସ୍ତ ନକରି ରାଫିଉଦିନ ସେମାନଙ୍କୁ ଗାଳି କରିବା ସହ ଧମକ ଦେଇଥିଲା । ଏଥିପାଇଁ ନିରଞ୍ଜନ ବରାହ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ବଅଁରପାଳ ପୁଲିସ ତଦନ୍ତ କରି ରାଫିଉଦିନ ଖାନ ଏବଂ ଅନୁଗୁଳ ରାଜେଶ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ମାରଣାସ୍ତ୍ର ସହ ତିନି ଡକାୟତ ଗିରଫ – ୨ ଫେରାର ଅନୁଗୁଳ – ସୋମବାର ସକାଳ ସମୟରେ ଅନୁଗୁଳ ସଦର ଥାନା ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ଡକାୟତି ପାଇଁ ଯୋଜନା କରୁଥିବା ଗ୍ୟାଙ୍ଗ ଉପରେ ଅତର୍କିତ ଚଢ଼ାଉ…
ଚୋରା ମଦ ,ଡିଜେଲ ,ଗୁଟଖା ଚୋରା କାରବାରରେ ୫ ଗିରଫ . ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପିତାବଳି ଛକ ଠାରେ ବେଆଇନ ଡିଜେଲ ବିକ୍ରି ହେଉଥିବା ଖବର ପାଇ ଅନୁଗୁଳ ସ୍ପେଶିଆଲ ସ୍କ୍ବାର୍ଡ…
ବନ୍ଧୁ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଚଉରାଡ଼ିହ ଗାଁର ଜଣେ ସାଙ୍ଗକୁ ହତ୍ୟା କରିଥିବା ଅଭିଯୋଗରେ ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରା ଜଜ ଅଦାଲତର…