ମା’ଙ୍କୁ ମେଲାଣି – ଭକ୍ତିମୟ ପରିବେଶରେ ମା’ ଲକ୍ଷ୍ମୀଙ୍କ ଭଷାଣ ଉତ୍ସବ ଅନୁଷ୍ଠିତ

ଅନୁଗୁଳ – ଧରାପୃଷ୍ଠରୁ ବିଦାୟ ନେଲେ ମା ଧନଦାତ୍ରୀ ଲକ୍ଷ୍ମୀ । ଭକ୍ତଙ୍କ ଗହଣରେ ଲୀଳାଖେଳା ସାରି ମେଲାଣି ନେଲେ ମା । ଶିଳ୍ପସମୃଦ୍ଧ ଅନୁଗୁଳ ସହରରେ ଶାନ୍ତିଶୃଙ୍ଖଳା ସହକାରେ ଗଜଲକ୍ଷ୍ମୀଙ୍କ ଭସାଣି ଉତ୍ସବ ପାଳିତ ହୋଇ ଯାଇଛି । ପାଗ ଅନୁକୂଳ ଥିବାରୁ ଆଜିର ବିସର୍ଜନ ପର୍ବରେ ସାମିଲ ହୋଇଛନ୍ତି ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ । ଘଣ୍ଟ ଘଣ୍ଟା  ,ଢୋଲ , ଦୁଲଦୁଲିରେ ଏକ ଭକ୍ତିମୟ ପରିବେଶରେ ମାଙ୍କୁ ବିଦାୟ ଦେଇଛନ୍ତି ସହର ବାସିନ୍ଦା । ଶାନ୍ତିଶୃଙ୍ଖଳା ସହକାରେ ମାଙ୍କ ବିସର୍ଜନ ପର୍ବ ଅନୁଷ୍ଠିତ ସହ ,ସହରରେ ଟ୍ରାଫିକ ଓ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କାରାଯାଇଥିଲା । କୁମାରପୂର୍ଣମୀ ଠାରୁ ଆରମ୍ଭ ହୋଇଥିବା ଅନୁଗୁଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଆଜି ବିସର୍ଜନ ପର୍ବରେ ହୋଇଛି ସମାପନ । ଧନଦାତ୍ରୀଙ୍କ ପୂଜା ପାଇଁ ପ୍ରସିଦ୍ଧ ଲାଭ କରିଥିବା ଅନୁଗୁଳରେ ଚଳିତ ବର୍ଷ ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ପୂଜା ମଣ୍ଡପରେ ହୋଇଥିଲା ମା ଅନ୍ନପୂର୍ଣାଙ୍କ ଆରାଧନା । ଅପରାହ୍ନ ୩ଟାରୁ ଆରମ୍ଭ ହୋଇଥିବା ଭସାଣି ଉତ୍ସବରେ ମେଢ଼ ଗୁଡ଼ିକ ଥାନା ଛକରୁ ବାହାରି କାଞ୍ଚନବଜାର, ପୁରୁଣାବସଷ୍ଟାଣ୍ଡ, ରାଜାଛକ, ସେଣ୍ଟ୍ରାଲ ଲଜ୍ ଛକ, ବଜାର ଛକ ଦେଇ ପରିକ୍ରମା କରିଥିଲେ । ଏହି ମେଳଣରେ ଅମଲାପଡ଼ା , ହୁଲୁରିସିଂହା , ହନୁମାନବଜାର, ବଜାର ଛକ , ଲକ୍ଷ୍ମୀବଜାର, କାଞ୍ଚନବଜାର , ପୁରୁଣା ବସଷ୍ଟାଣ୍ଡ, କଲେଜ ଛକ , ଡିଆଇସି ଛକ ଓ ଡେଲି ମାର୍କେଟ ମେଢ଼ କ୍ରମାନ୍ଵୟରେ ଯାଇଥିଲେ । ଭସାଣିରେ ଡିଜେକୁ ବାରଣ କରାଯାଇଥିଲା ବେଳେ ବିଭିନ୍ନ କମିଟି ପକ୍ଷରୁ ପାରମ୍ପରିକ ବାଦ୍ୟରେ ମାଙ୍କୁ ମେଲାଣି ଦିଆଯାଇଛି ।

What’s your Reaction?
+1
0
+1
0
+1
0
+1
0
+1
1
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored