ଶୋଇଥିବା ବେଳେ ଛାତ୍ରୀଙ୍କ ତଣ୍ଟି ସହପାଠୀ କାଟିଦେବା ଅଭିଯୋଗ

ଅନୁଗୁଳ – ଘରୋଇ ଶିକ୍ଷାନୁଷ୍ଠାନର ଲେଡି ହଷ୍ଟେଲରେ ଛାତ୍ରୀଙ୍କ ତଣ୍ଟି ସହପାଠୀ କାଟି ଦେଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ନାବାଳିକା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପରେ ଅନୁଗୁଳ ଥାନାରେ ପରିବାର ଲୋକ ଅଭିଯୋଗ କରିଛନ୍ତି । ବିଳମ୍ବିତ ରାତିରେ ଶୋଇଥିବା ବେଳେ କେହି ସହପାଠୀ ତଣ୍ଟି କାଟି ଦେଇଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ହଣ୍ଡପା ଥାନା ଅଞ୍ଚଳର ଜଣେ +2 ପ୍ରଥମ ବର୍ଷର ଛାତ୍ରୀ ହଷ୍ଟେଲରେ ଶୋଇଥିବା ବେଳେ ତାଙ୍କ ତଣ୍ଟିକୁ କେହି ଧାରୁଆ ଅସ୍ତ୍ରରେ କାଟି ଦେଇଥିଲେ । ହଷ୍ଟେଲ କର୍ତ୍ତୃପକ୍ଷ ଖବର ପାଇ ତୁରନ୍ତ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସକାଳେ ସାମାନ୍ୟ ସୁସ୍ଥ ହେବା ପରେ ଛାତ୍ରୀ ଓ ତାଙ୍କ ପରିବାର ଏ ନେଇ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଲେଡି ହଷ୍ଟେଲରେ ପହଞ୍ଚି ତଦନ୍ତ ମଧ୍ଯ କରିଥିଲା । ତେବେ ପରେ ଛାତ୍ରୀଙ୍କ ବାପା ପୁଲିସ ପାଖରେ ଅଭିଯୋଗ କରିବେ ନାହିଁ ବୋଲି କହିଥିଲେ ।

What’s your Reaction?
+1
0
+1
1
+1
0
+1
2
+1
1
+1
2
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored