ଚିଠା ଭୋଟର ତାଲିକା ଉନ୍ମୋଚନ

ଅନୁଗୁଳ – ଅନୁଗୁଳ ଜିଲ୍ଲାର ଚିଠା ଭୋଟର ତାଲିକା ଆଜି ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟର କୋର୍ଟ ରୁମ ଠାରେ ଉନ୍ମୋଚନ କରା ଯାଇଛି । ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏହାକୁ ଆଜି ବିଧିବଧ ଭାବେ ଉନ୍ମୋଚନ କରିଥିବା ବେଳେ ଆଜିଠାରୁ ଡିସେମ୍ବର ୯ ତାରିଖ ଯାଏଁ ସଂକ୍ଷିପ୍ତ ସଂଶୋଧନ କରାଯିବ ବୋଲି କହିଥିଲେ । ଯେଉଁମାନଙ୍କର ଭୋଟର ନୁଆଁ ଆବେଦନ କରିବାକୁ ଚାହୁଁଥିବ ସେ ଫର୍ମ ୬ ରେ ଆବେଦନ କରିବ । ଯେଉଁମାନେ ତାଲିକାରୁ ନାଁ ବାଦ କିମ୍ବା ସଂଶୋଧନ କରିବାକୁ ଚାହୁଁଥିବ ସେ ଫର୍ମ ୭ ଓ ୮ ରେ କରିବେ । ଆଜିର ଏହି ଭୋଟର ତାଲିକା ଉନ୍ମୋଚନ ବେଳେ ଅନୁଗୁଳ ଉପ-ଜିଲ୍ଲାପାଳଙ୍କ ସହ ସମସ୍ତ ରାଜନୈତିକ ଦଳର ସଭ୍ଯ ମାନେ ଉପସ୍ଥିତ ଥିଲେ । ବୁଥ ଲେବଲର ଏଜେଣ୍ଟ ମାନେ ବୁଥ ଲେବଲରେ ଥିବା ତୃଟିକୁ ପ୍ରଶାସନକୁ ଅବଗତ କରାଇ ସହଯୋଗ କରିବାକୁ ଜିଲ୍ଲପାଳ ରାଜନୈତିକ ଦଳ ମାନଙ୍କୁ ଅନୁରୋଧ କରିଥିଲେ ।

What’s your Reaction?
+1
0
+1
1
+1
0
+1
0
+1
0
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored