ଗୋରୁ ଚାଲାଣ ବେଳେ ଧରା ପଡିଲା ଟ୍ରକ – ଶତାଧିକ ଗୋରୁ ଜବତ

ଗୋରୁ ଚାଲାଣ ବେଳେ ଧରା ପଡିଲା ଟ୍ରକ – ଶତାଧିକ ଗୋରୁ ଜବତ

ପାଲଲହଡା – ଜାତୀୟ ରାଜପଥ ୪୯ ରେ ବେଆଇନ ଗୋରୁ ଚାଲାଣ ବେଳେ ପାଲଲହଡ଼ା ପୁଲିସ ଧରିବାକୁ ସକ୍ଷମ ହୋଇଛି । ଏହା ସହ ଚାଲାଣ ହେଉଥିବା ଶତାଧିକ ଗୋରୁ ଉଦ୍ଧାର କରା ଯାଇଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଦେଇ ଯାଇଥିବା ଜାତୀୟ ରାଜପଥ ଦେଇ ବରଗଡରୁ କଲିକତା ଗୋରୁ ଚାଲାଣ ହେଉଥିବା ପୁଲିସକୁ ସୂଚନା ମିଳିଥିଲା । ଏଥିପାଇଁ ବିଲମ୍ବିତ ରାତିରେ ପାଲଲହଡ଼ା ପୁଲିସ ପାଲଲହଡ଼ା ଠାରେ ଜଗି ରହିଥିଲା । ରାତି ପ୍ରାୟ ୩  ଟା ବେଳେ ଏକ ଟ୍ରକ ଯୋଗେ ଗୋରୁ ଯାଉଥିବା ବେଳେ ଗାଡିକୁ ଅଟକାଇ ଯାଞ୍ଚ କରା ଯାଇଥିଲା । ଯାଞ୍ଚ ବେଳେ ସେଥିରେ ପ୍ରାୟ ୧୦୦ରୁ ଅଧିକ ଗୋରୁ ଥିବା ବେଳେ ଚାଲାଣ କରୁଥିବା ୨ ଜଣଙ୍କୁ ଅଟକ ରଖିଥିଲା । ପଚରାଉଚରା ବେଳେ ଏହି ଗୋରୁ ବରଗଡରୁ କଲିକତା ଚାଲାଣ ହେଉଥିବା ସ୍ପଷ୍ଟ ହୋଇଥିଲା । ଗାଡ଼ିରେ ଥିବା ଗୋରୁ ଗୁଡିକୁ ପୁଲିସ ଉଦ୍ଧାର କରି ଗୋଶାଳାକୁ ପଠାଇଥିବା ବେଳେ ୨ ଜଣ ଅଣଓଡ଼ିଆଙ୍କୁ ଗିରଫ କରିଛି ।

What’s your Reaction?
+1
0
+1
0
+1
0
+1
0
+1
2
+1
1
+1
0

Leave a Reply