୮ମୋଟରସାଇକଲ ଚୋର ଗିରଫ ,୯ ମୋଟର ସାଇକେଲ ଉଦ୍ଧାର

୮ମୋଟରସାଇକଲ ଚୋର ଗିରଫ ,୯ ମୋଟର ସାଇକେଲ ଉଦ୍ଧାର

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପୁଲିସ ବୁଧବାର ଦିନ ୮ଜଣ ମୋଟରସାଇକେଲ ଚୋରଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୯ଟି ଚୋରା ମୋଟରସାଇକେଲ ଜବତ କରିଛି । ସୂଚନା ଅନୁସରେ ଗତ ବୁଧବାର ଟାକୁଆ ଗ୍ରାମରେ ଚୋରା ମୋଟରସାଇକେଲ ଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇ  ଛେଣ୍ଡିପଦା ଥାନା  ଅଧିକାରୀ ଧିରେନ କୁମାର ବେହେରା ସଦଳବଳେ ଟାକୁଆ ଏବଂ ଆଖପାଖ ଗ୍ରାମରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ୯ ଟି ଚୋରା ମୋଟରସାଇକେଲ ଜବତ କରିବା ସହ ସନ୍ତରାବନ୍ଧ ଗ୍ରାମର ଦୀପକ ସାହୁ , କୁଞ୍ଜବିହାରୀପୁର ଗ୍ରାମର ବିପିନ ବାଘ , ଭାଗଲକଟା ଗ୍ରାମର ରମେଶ ନାଏକ, ଟାକୁଆ ଗ୍ରାମର ଶିଶିର ନାଏକ , ବାହଳସାହି ଗ୍ରାମର ପିଣ୍ଟୁ ବେହେରା, ଟାକୁଆ ଗ୍ରାମର ସଞ୍ଜୟ ନାଏକ , ବିଜୟ ନାଏକ , ଏବଂ ଅନିଲ କୁମାର ସାହୁଙ୍କୁ ଗିରଫ କରିଥିଲେ । ସେମାନଙ୍କ ଠାରୁ ୯ଟି ଚୋରା ମୋଟରସାଇକେଲ ଜବତ କରା ଯାଇଛି । ପୁଲିସ ଏ ସଂକ୍ରାନ୍ତରେ ଛେଣ୍ଡିପଦା ଥାନା କେସ ନଂ- ୩୯୩/୨୨ରେ ମାମଲା ରୁଜୁ କରିବା ସହ ଗୁରୁବାର ସେମାନଙ୍କୁ କୋର୍ଟ ଚାଲାଣ କରିଛି ।

What’s your Reaction?
+1
0
+1
0
+1
0
+1
0
+1
9
+1
1
+1
2

Leave a Reply