ହୋଣ୍ଡା ଆକ୍ଟିଭା ପ୍ରିମିୟମର ବଜାର ପ୍ରବେଶ

ହୋଣ୍ଡା ଆକ୍ଟିଭା ପ୍ରିମିୟମର ବଜାର ପ୍ରବେଶ

ଅନୁଗୁଳ – ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆର ଅଧିକୃତ ବିକ୍ରେତା ଅନୁଗୁଳ ଲକ୍ଷ୍ମୀ ହୋଣ୍ଡାଠାରେ ହୋଣ୍ଡାର ବହୁ ପ୍ରତିକ୍ଷିତସ୍କୁଟର ହୋଣ୍ଡା ଆକ୍ଟିଭା ପ୍ରିମିୟମର ବଜାର ପ୍ରବେଶ ହୋଇଛି । ହୋଣ୍ଡା କମ୍ପାନୀ ( ଜୋନାଲ ମ୍ୟାନେଜର ସେଲ୍) ରାଜେଶ ଚୌଧୁରୀ , ଏରିଆ ଇନଚାର୍ଜ ସେଲ୍ ଅମିତ କୁମାର ମହାପାତ୍ର ଏବଂ ଅଭିଷେକ ଉପାଧାୟଙ୍କ କରକମଳରେ ଏହି ବଜାର ପ୍ରବେଶ ହୋଇଥିଲା । ହୋଣ୍ଡା ଆକ୍ଟିଭା ପ୍ରିମିୟମ ଏକ ଆକର୍ଷଣୀୟ ଷ୍ଟାଇଲ ଏବଂ ଉନ୍ନତ ମାନର ମାଇଲେଜ ଦେଇଥାଏ । ଏହି ଗାଡି ୩ଟି ରଙ୍ଗରେ ଉପଲବ୍ଧ ଅଛି  ଏହି ଗାଡ଼ି ଗୋଲଡେନ ଫିନିସ ଷ୍ଟିଲ ଋଂ ସହିତ ବ୍ଲାକ କୋଟେଡ ଫ୍ରଣ୍ଟ ସସପେନସନ ଆଦି ଅତ୍ୟାଧୁନିକ ଗୁଣବତ୍ତାରେ ଭରପୁର ରହିଛି ଏହାର ଏକ୍ସ ସୋ ରୁମ ମୂଲ୍ୟ ୭୮ ହଜାର ୫୨୩ ଟଙ୍କାରୁ ଆରମ୍ଭ ହେଉଛି । ପୁରୁଣା ଗାଡିକୁ ଏକ୍ସଚେଞ୍ଜ ଏବଂ ନୂଆ ଗାଡି କିଣିବାକୁ ଫାଇନାନ୍ସ ସୁବିଧା ରହିଛି ଭବିଷ୍ୟତରେ ଆହୁରି ଅତ୍ୟାଧୁନିକ ଗାଡ଼ି ସହିତ ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇ ଦେବା ଆମର ଲକ୍ଷ୍ୟ ବୋଲି ହୋଣ୍ଡାର ସତ୍ଵାଧିକାରୀ ବିକ୍ରମ ଅଗ୍ରୱାଲ କହିଛନ୍ତି ଏହି ବଜାର ପ୍ରବେଶ ଉତ୍ସବରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଶେଷରେ ଉପସ୍ଥିତ ସମସ୍ତ ଗ୍ରାହକ ଓ ଅତିଥିଙ୍କୁ ଲକ୍ଷ୍ମୀ ହୋଣ୍ଡା ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା

What’s your Reaction?
+1
1
+1
0
+1
1
+1
0
+1
5
+1
0
+1
0

Leave a Reply