ସାଇନ ୧୦୦ର ଗ୍ରାହକ ସମାବେଶ ଏବଂ ମାଇଲେଜ୍ ପ୍ରତିଯୋଗିତା

ଅନୁଗୁଳ – ହୋଣ୍ଡା ମୋଟରସାଇକେଲ ଓ ସ୍କୁଟର ଇଣ୍ଡିଆର ଅଧିକୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡା ଠାରେ ସାଇନ ୧୦୦ (Shine 100) ର ଗ୍ରାହକ ସମାବେଶ ହୋଇଯାଇଛି । ଏହି ଗ୍ରାହକ ସମାବେଶରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରୁ Shine 100 କିଣିଥିବା ଗ୍ରାହକ ମାନେ ଯୋଗଦେଇଥିଲେ । ଏଥିରେ ଯୋଗଦେଇଥିବା ସମସ୍ତ ଗ୍ରାହକ ମାନଙ୍କର ମାଗଣା 5 point check up କରାଯାଇଥିଲା । ମାଗଣା Teflon coating ମଧ୍ୟ କରାଯାଇଥିଲା । ଏଥିରେ ଉପସ୍ଥିତ ଗ୍ରାହକ ମାନେ Shine 100 ର ଅନୁଭୂତି ବର୍ଣ୍ଣନା କରିଥିଲେ । ଖୁବ୍ କମ୍ ସମୟରେ Shine 100 ଲୋକମାନଙ୍କ ପ୍ରିୟ ହୋଇଥିବା କଥା କହିଥିଲେ ଗ୍ରାହକ । କାରଣ Shine 100 ସ୍ୱଳ୍ପ ମୂଲ୍ୟ ମାତ୍ର ୬୬,୯୦୦ ଟଙ୍କାରୁ ଆରମ୍ଭ , Shine ର ଭରସା ସହିତ 100 CC ର ଉନ୍ନତ engine ଯାହା ବଢିଆ pick-up ସହିତ ଉନ୍ନତ ମାଇଲେଜ୍ ଦେଇଥାଏ । ତା ସହିତ DC Head lamp,Combi break system, long seat,side stand cut-off,ସୁନ୍ଦର alloy wheels ତା ସହିତ ଆକର୍ଷଣୀୟ ରଙ୍ଗ ରୁପରେ ଉପଲବ୍ଧ । ଏହି ସମାବେଶରେ ଭାଗ ନେଇଥିବା ସମସ୍ତ ଗ୍ରାହଙ୍କ ମାଇଲେଜ୍ ପ୍ରତିଯୋଗିତା କରାଯାଇଥିଲା । ଯେଉଁଥିରେ ସମସ୍ତ ଗ୍ରାହକ ମାନଙ୍କୁ Shine 100 90 k.m. ରୁ ଅଧିକ ମାଇଲେଜ୍ ପ୍ରଦାନ କରିଥିଲେ । ସେଥିମଧ୍ୟରୁ ଅନୁଗୁଳ କୁମଣ୍ଡ ପ୍ରଗତିନଗର ର ନିବାସୀ ଶ୍ରୀଯୁକ୍ତ ସତ୍ୟ ସୁନ୍ଦର ଦାସଙ୍କ Shine 95 k.m. ମାଇଲେଜ୍ ପ୍ରଦାନ କରିଥିଲା ଏବଂ ପୁରୁଣାଗଡ଼ ନିବାସୀ ଶ୍ରୀକାନ୍ତ ବେହେରା ଙ୍କ 98 k.m. ମାଇଲେଜ୍ ଦେଇଥିଲେ । ଶେଷରେ ଲକ୍ଷ୍ମୀ ହୋଣ୍ଡା (Laxmi Honda) ତରଫରୁ ସମସ୍ତ କର୍ମଚାରୀ ଉପସ୍ଥିତ ଗ୍ରାହକ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରା ଯାଇଥିଲା । Shine 100 ପାଇଁ ସ୍ୱତନ୍ତ୍ର exchange ଏବଂ finance ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହି ଅବସରରେ ଲକ୍ଷ୍ମୀ ହୋଣ୍ଡାର ସ୍ୱତାଧିକାରୀ ଶ୍ରୀ ବିକ୍ରମ ଅଗ୍ରୱାଲ ଗ୍ରାହକ ମାନଙ୍କୁ ଏହିପରି ଉନ୍ନତ ମାନର ଗାଡି ସହିତ ଉତ୍ତମ ସେବା ପ୍ରଦାନ କରିବା ଆମର ପ୍ରଥମ ଲକ୍ଷ୍ଯ ବୋଲି କହିଥିଲେ ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored