ମୁଖ୍ୟ ଖବର ଭଡାଘରୁ କଲେଜ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର Angul OnlineAugust 28, 2022August 28, 2022 ଅନୁଗୁଳ – ଅନୁଗୁଳ ଥାନା ସୁସୁଡା ଗାଁର ଏକ ଭଡା ଘରୁ ଜଣେ କଲେଜ ପଢୁଆ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ହେଲେ ବଇଣ୍ଡା ଅଞ୍ଚଳ ଗରୁଡ଼ ଗାଁର ସନତ କୁମାର ପ୍ରଧାନଙ୍କ ପୁଅ ଅସିତ ପ୍ରଧାନ । ସୂଚନା ଅନୁସାରେ ଅସିତ ଅନୁଗୁଳ ସରକାରୀ ମହାବିଦ୍ୟାଳୟର ପିଜି ପ୍ରଥମ ବର୍ଷର ଛାତ୍ର । ସେ ସୁସୁଡାରେ ବଉଳିଗଡ଼ ଗାଁ ସତ୍ୟବାନ ଗଡନାୟକ ନାମକ ଆଉ ଜଣେ ଯୁବକଙ୍କ ସହ ମିଶି ଏକ ଭଡା ଘରେ ରହୁଥିଲେ । ଗତ କାଲି ଅସିତ ଆସିଷ୍ଟାଣ୍ଡ ସେକ୍ସନ ଅଫିସର ପରୀକ୍ଷା ମଧ୍ୟ ଦେଇଥିଲେ । ତେବେ ଆଜି ସତ୍ୟବାନ ପିଜି ପରୀକ୍ଷା ଦେବାକୁ ଯାଇଥିବା ବେଳେ ଅସିତ ଭଡା ଘରେ ଏକୁଟିଆ ଥିଲେ । ଅପରାହ୍ନ ୩ ଟା ବେଳେ ସତ୍ୟବାନ ପରୀକ୍ଷା ଦେଇ ଭଡା ଘରକୁ ଫେରିବା ପରେ ଘରର କବାଟ ଆଉଜା ହୋଇଥିବା ଦେଖି ଭିତରକୁ ଯାଇଥିଲେ । ଭିତରକୁ ଯିବା ପରେ ଗୋଟିଏ ରୁମର ଫ୍ୟାନ ପାଇଁ ଲାଗିଥିବା କଡିରେ ଅସିତଙ୍କ ଝୁଲନ୍ତା ମୃତଦେହ ଦେଖି ପ୍ରଥମେ ଘର ମାଲିକ ଶୋଭିତ ଆଚାର୍ଯ୍ୟଙ୍କୁ ଖବର ଦେଇଥିଲେ । ପରେ ଏ ନେଇ ପୁଲିସକୁ ସୂଚନା ଦେବା ପରେ ଅନୁଗୁଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ କରୁଛି । ତେବେ ଆସିଷ୍ଟାଣ୍ଡ ସେକ୍ସନ ଅଫିସର ପରୀକ୍ଷାରେ ଭଲ କରି ନଥିବାରୁ ସେ ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି ସନ୍ଦେହ କରା ଯାଉଛି । Advertisement
ଜାଲ ପ୍ରମାଣପତ୍ର ଦେଇ ପିଇଟି ଶିକ୍ଷକ – ୧୦ ଜଣଙ୍କ ନାମରେ ଅଭିଯୋଗ କଲେ ଜିଲ୍ଲା ଶିକ୍ଷାଧିକାରୀ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍କୁଲରେ ଜାଲ ପ୍ରମାଣପତ୍ର ଦେଇ ପିଇଟି ଚାକିରି କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ ।…
ବହୁ ଚର୍ଚ୍ଚିତ ଲିଜାରାଣୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅମିତାଭର କର୍କଟରେ ମୃତ୍ୟୁ – ୨୨ ବର୍ଷ ଧରି କାଟୁଥିଲା ସଜା କଟକ – ଦୀର୍ଘ ୨୨ବର୍ଷ ଧରି ବଳାତ୍କାର ଓ ହତ୍ୟା ମାମଲାରେ ସଜା କାଟୁଥିବା ଅନୁଗୁଳର ବହୁଚର୍ଚ୍ଚିତ ଲିଜାରାଣୀ ହତ୍ୟାକାଣ୍ଡର ଆସାମୀ ଅମିତାଭ ଦାସର ମୃତ୍ୟୁ ହୋଇଛି…
ମହିଳାଙ୍କୁ ପ୍ରେମ ନିବେଦନ କରିବାକୁ ଯାଇ ଫସିଗଲେ ପୁଲିସ ବାବୁ ଅନୁଗୁଳ – ଘରେ କେହି ନଥିବା ବେଳେ ତଦନ୍ତର ଆଳ ଦେଖାଇ ଘର ଭିତରକୁ ଯାଇ ଜଣେ ମହିଳାଙ୍କୁ ପ୍ରେମ ନିବେଦନ କରି ଶୁକ୍ରବାର ଜଣେ ପୁଲିସ…