ଟ୍ରେଡିଙ୍ଗ ଓ ହୋଲଡିଙ୍ଗ ଟାକ୍ସ ପାଇଁ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ଆଲୋଚନା

ଟ୍ରେଡିଙ୍ଗ ଓ ହୋଲଡିଙ୍ଗ ଟାକ୍ସ ପାଇଁ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ଆଲୋଚନା

ଅନୁଗୁଳ – ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ସହରରେ ନିଆ ଯାଉଥିବା ଟ୍ରେଡିଙ୍ଗ ଓ ହୋଲଡିଙ୍ଗ ଟାକ୍ସ ପାଇଁ ଅନୁଗୁଳ ପୌରାଧ୍ୟକ୍ଷ ଏବଂ ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରା ଯାଇଛି ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର କହିବା କଥା ଗତ କିଛି ସପ୍ତାହ ହେଲା ଅନୁଗୁଳ ପୌରପାଳିକା ପକ୍ଷରୁ ପୌରପାଳିକା ଦ୍ଵାରା ପ୍ରଦତ୍ତ ଟ୍ରେଡିଙ୍ଗ ଲାଇସେନ୍ସ ଓ ହୋଲଡିଙ୍ଗ ଟାକ୍ସ କରିନେବା ପାଇଁ ଚେତାବନୀ ଦିଆ ଯାଇଛି । ତେବେ ଏଥିପାଇଁ କୌଣସି ସ୍ପଷ୍ଟ ସୂଚନା ଦିଆ ଯାଇ ନଥିବାରୁ ବ୍ୟବସାୟୀ ମାନଙ୍କ ମଧ୍ୟରେ ଏକ ସଞ୍ଚୟ ସୃଷ୍ଟି ହେଉ ଅଛି । ଏଥିପାଇଁ ବ୍ୟବସାୟୀ ମାନଙ୍କୁ ଲିଖିତ ଭାବରେ ଏହାର ଆବେଦନ ପ୍ରକ୍ରିୟା ବିଷୟରେ ସଂପୂର୍ଣ୍ଣ ଅବଗତ କରାଇବା , ଆବେଦନ ପାଇଁ ଏକ ମାସ ସମୟସୀମା ଧାର୍ଯ୍ୟ କରିବା , ସମୟସୀମା ଉଲ୍ଲଘଂନ ପରେ ଦଣ୍ଡବିଧାନ ବ୍ୟବସ୍ଥା , ଏକ ହେଲ୍ପ ଡେସ୍କର ବ୍ୟବସ୍ଥା କରାଇବାକୁ ଦାବି କରା ଯାଇଛି । ଏହି ସବୁ ଦାବି ଉପରେ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ ପୌରାଧ୍ୟକ୍ଷ ଏବଂ ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରା ଯାଇଥିଲା ଆଉ ପ୍ରଶାସନ ଏ ଦିଗରେ ଦ୍ରୁଷ୍ଟି ଦେବାକୁ ଅନୁରୋଧ କରା ଯାଇଥିଲା

What’s your Reaction?
+1
0
+1
0
+1
0
+1
0
+1
2
+1
0
+1
0

Leave a Reply